ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ସୁରକ୍ଷା ଚିନ୍ତା । ପ୍ରଶ୍ନପତ୍ର ଲିକ୍ ହେଲେ ଦାୟୀ ରହିବେ ପ୍ରଧାନଶିକ୍ଷକ । ଆପତ୍ତି ଉଠାଇଲେ ଶିକ୍ଷାବିତ୍ ।

76

କନକ ବ୍ୟୁରୋ: ଫେବ୍ରୁୟାରୀ ୨୦ତାରିଖରେ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡର କଡ଼ା ଆଭିମୁଖ୍ୟ । ପ୍ରଶ୍ନ ପତ୍ର ଲିକ ରୋକିବା ଦିଗରେ ପଦକ୍ଷେପ ନିଆଯାଉଛି । ଏଣିକି ପ୍ରଶ୍ନପତ୍ର ଲିକ୍ ହେଲେ ଦାୟୀ ରହିବେ ପ୍ରଧାନଶିକ୍ଷକ । ତେବେ ପ୍ରଶ୍ନପତ୍ର ସୁରକ୍ଷା ନେଇ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଥିଲେ ବି ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍ ।

ପ୍ରଶ୍ନପତ୍ର ଲିକ୍ ରୋକବାକୁ ପଦକ୍ଷେପ :

କୌଣସି ପରୀକ୍ଷା କନ୍ଦ୍ରେରୁ ପ୍ରଶ୍ନପତ୍ର ଭାଇରାଲ ହେଲେ ପ୍ରଧାନଶିକ୍ଷକ ଦାୟୀ ରହିବେ । ପରୀକ୍ଷା ଚାଲିଥିବାବେଳେ ପରିଚାଳକଙ୍କ ବ୍ୟତୀତ ଆଉକେହି ମୋବାଇଲ ନେଇପାରିବେ ନାହିଁ । ପ୍ରଶ୍ନପତ୍ର ଥିବା ଆଲମାରିର ଚାବି କେବଳ କେନ୍ଦ୍ର ପରିଚାଳକଙ୍କ ପାଖରେ ରହିବ । ଅଚିହ୍ନା ବ୍ୟକ୍ତିଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ।

ଅନ୍ୟପଟେ ପ୍ରଶ୍ନପତ୍ର ସୁରକ୍ଷା ନେଇ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଥିଲେ ବି ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍ । ଆଗାମୀ ୨୦ ତାରଖରୁ ଆରମ୍ଭ ହେବ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା । ଏ ସଂପର୍କିତ ସମସ୍ତ ତଥ୍ୟ ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସଇ ଓଡିଶା ଡଟ୍ ଏସି ଡଟ୍ ଇନରେ ଉପଲବ୍ଧ ହେଉଛି । କେଉଁ ସ୍କୁଲରେ ପରୀକ୍ଷା କେନ୍ଦ୍ର, ଉତରଖାତା ମୂଲ୍ୟାୟନ କେନ୍ଦ୍ର ଓ ନୋଡାଲ ସେଂଟର କରାଯାଇଛି ସେ ସବୁ ବିବରଣୀ ଏହି ୱେବସାଇଟରେ ରହିଛି