ବିହାର ଶିକ୍ଷା ବ୍ୟବସ୍ଥାର ଗୁମର ଖୋଲିଲା ଜାତିଗତ ଜନଗଣନା । ରାଜ୍ୟରେ ମାତ୍ର ୭ ପ୍ରତିଶତ ଯୁବବର୍ଗ ଗ୍ରାଜୁଏଟ୍, ୨୫ ପ୍ରତିଶତ ସବର୍ଣ୍ଣ ପରିବାର ଗରିବ
କନକ ବ୍ୟୁରୋ : ମାଗଣା ଚାଉଳ, ମାଗଣା ବୀମା, କ୍ଷମତା ପାଇଁ ବୟାନବାଜୀ, ମେଣ୍ଟ ପାଇଁ ମିଟିଂ । ଏସବୁ ଏବେ ରାଜନୀତି କରୁଥିବା ନେତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସାମଗ୍ରୀର ଦାମ ମହଙ୍ଗା କରି ଖୋଲା ବଜାରରେ ବିକିବା । ଏହାକୁ ଲୋକ ବିରୋଧ କଲେ ତାହାକୁ ଶସ୍ତା କରି କିମ୍ବା ମାଗଣା ବାଣ୍ଟି ବାହା ବାହା ନେବା । ଏହା ହେଉଛି ଭୋଟ ରାଜନୀତି । ହେଲେ ଏସବୁ ଭିତରେ ବାସ୍ତବତାକୁ ଭୁଲି ଯାଉନାହାଁନ୍ତି ତ ସରକାର । ଯାହାର ଏକ ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ବିହାରରେ । ଏଠାରେ ଜାତିଗତ ଜନଗଣନାର ଆର୍ଥିକ ପରିସଂଖ୍ୟାନ ରିପୋର୍ଟ ସାମ୍ନାକୁ ଆସିବା ପରେ ଏଠିକାର ସରକାର କିଭଳି ଭାବେ ବିକାଶର ଅବିଛେଦ୍ୟ ଅଙ୍ଗଙ୍କୁ ପକ୍ଷପାତ କରିଛନ୍ତି ତାହା ଆପଣଙ୍କୁ ଚକିତ କରିଦେବ ।

Kanak News is now on WhatsApp
Join and get latest news updates delivered to you via WhatsApp
ବିହାର ବିଧାନସଭାରେ ଆଜି ଜାତିଗତ ଜନଗଣନା ରିପୋର୍ଟ ଉପସ୍ଥାପନ ହେବ । ଏହାକୁ ନେଇ ଉଭୟ ସଦନରେ ତର୍କ ବିତର୍କ ମଧ୍ୟ ହେବ । ହେଲେ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବା ପୂର୍ବରୁ ଜାତିଗତ ଜନଗଣନାରେ ଆର୍ଥିକ ଓ ଶିକ୍ଷା ପରିସଂଖ୍ୟାନ ସାମ୍ନାକୁ ଆସିଛି । ଏହି ତଥ୍ୟ ମୁତାବକ ରାଜ୍ୟରେ ମାତ୍ର ୭ ପ୍ରତିଶତ ଯୁବବର୍ଗ ଗ୍ରାଜୁଏଟ ବା ସ୍ନାତକ ପାସ୍ କରିପାରିଛନ୍ତି । ଆର୍ଥିକ ସ୍ଥିତି କଥା କହିଲେ ରାଜ୍ୟରେ ସମାନ୍ୟ ବର୍ଗର ଲୋକଙ୍କ ମଧ୍ୟରୁ ୨୫.୯ ପ୍ରତିଶତ ଲୋକ ଏବେ ବି ଗରିବ ସୀମାରେଖା ତଳେ ରହିଛି । ଏହି ସବର୍ଣ୍ଣ ବର୍ଗ ମଧ୍ୟରୁ ସବୁଠାରୁ ଅଧିକ ଗରିବ ବର୍ଗ ହେଉଛି ଭୂମିହାର ଓ ବ୍ରହ୍ମଣ ସଂପ୍ରଦାୟର ।
ଜାତିଗତ ଜନଗଣନା ରିପୋର୍ଟ ମୁତାବକ ବିହାରର ଶିକ୍ଷା ଅବସ୍ଥା
- ବିହାରର ୨୨.୬୭ ପ୍ରତିଶତ ଲୋକ ୧ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ହାସଲ କରିଛନ୍ତି
- ୧୪.୩୩ ପ୍ରତିଶତ ଲୋକ ୬ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି
- ୧୪.୭୧ ପ୍ରତିଶତ ଲୋକ ୯ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ।
- ୯.୧୯ ପ୍ର୍ରତିଶତ ଲୋକ ୧୧ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି
- ମାତ୍ର ୭ ପ୍ରତିଶତ ଲୋକ ଗ୍ରାଜୁଏଟ୍
ଜାତିଗତ ଜନଗଣନା ରିପୋର୍ଟ ମୁତାବକ ବିହାରର ଆର୍ଥିକ ଅବସ୍ଥା
- ସାଧାରଣ ବର୍ଗର ୨୫.୯ ପ୍ରତିଶତ ଲୋକ ଗରିବ
- ପଛୁଆ ବର୍ଗର ୩୩.୧୬ ପ୍ରତିଶତ ଲୋକ ଗରିବ
- ଅତ୍ୟନ୍ତ ପଛୁଆ ବର୍ଗର ୩୩.୫୮ ପ୍ରତିଶତ ଲୋକ ଗରିବ
- ଅନୁସୂଚିତ ଜାତି ବର୍ଗର ୪୨.୯୩ ପ୍ରତିଶତ ଲୋକ ଗରିବ
- ଅନୁସୂଚିତ ଜନଜାତି ବର୍ଗର ୪୨.୭୦ ପ୍ରତିଶତ ଲୋକ ଗରିବ
- ଅନ୍ୟ ବର୍ଗର ୨୩.୭୨ ପ୍ରତିଶତ ଲୋକ ଗରିବ
କେଉଁ ଜାତିର କେତେ ଲୋକ ପ୍ରତିଶତ ଲୋକ ଗରିବ୨୫.୩୨ ପ୍ରତିଶତ ଭୂମିହାର ପରିବାର ଗରିବ
- ୨୫.୩ ପ୍ରତିଶତ ବ୍ରାହ୍ମଣ ପରିବାର ଗରିବ
- ୨୪.୮୯ ପ୍ରତିଶତ ରାଜପୁତ ପରିବାର ଗରିବ
- ୧୩.୮୩ ପ୍ରତିଶତ କାୟସ୍ତ ପରିବାର ଗରିବ
- ୨୨.୨୦ ପ୍ରତିଶତ ମୁସଲିମ ପରିବାର ଗରିବ
- ୧୭.୬୧ ପ୍ରତିଶତ ସେୟଦ ପରିବାର ଗରିବ