କନକ ବ୍ୟୁରୋ : ମାଗଣା ଚାଉଳ, ମାଗଣା ବୀମା, କ୍ଷମତା ପାଇଁ ବୟାନବାଜୀ, ମେଣ୍ଟ ପାଇଁ ମିଟିଂ । ଏସବୁ ଏବେ ରାଜନୀତି କରୁଥିବା ନେତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସାମଗ୍ରୀର ଦାମ ମହଙ୍ଗା କରି ଖୋଲା ବଜାରରେ ବିକିବା   । ଏହାକୁ ଲୋକ ବିରୋଧ କଲେ ତାହାକୁ ଶସ୍ତା କରି କିମ୍ବା ମାଗଣା ବାଣ୍ଟି ବାହା ବାହା ନେବା । ଏହା ହେଉଛି ଭୋଟ ରାଜନୀତି । ହେଲେ ଏସବୁ ଭିତରେ ବାସ୍ତବତାକୁ ଭୁଲି ଯାଉନାହାଁନ୍ତି ତ ସରକାର । ଯାହାର ଏକ ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ବିହାରରେ । ଏଠାରେ ଜାତିଗତ ଜନଗଣନାର ଆର୍ଥିକ ପରିସଂଖ୍ୟାନ ରିପୋର୍ଟ ସାମ୍ନାକୁ ଆସିବା ପରେ ଏଠିକାର ସରକାର କିଭଳି ଭାବେ ବିକାଶର ଅବିଛେଦ୍ୟ ଅଙ୍ଗଙ୍କୁ ପକ୍ଷପାତ କରିଛନ୍ତି ତାହା ଆପଣଙ୍କୁ ଚକିତ କରିଦେବ ।

Advertisment

 ବିହାର ବିଧାନସଭାରେ ଆଜି ଜାତିଗତ ଜନଗଣନା ରିପୋର୍ଟ ଉପସ୍ଥାପନ ହେବ । ଏହାକୁ ନେଇ ଉଭୟ ସଦନରେ ତର୍କ ବିତର୍କ ମଧ୍ୟ ହେବ । ହେଲେ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେବା ପୂର୍ବରୁ ଜାତିଗତ ଜନଗଣନାରେ ଆର୍ଥିକ ଓ ଶିକ୍ଷା ପରିସଂଖ୍ୟାନ ସାମ୍ନାକୁ ଆସିଛି । ଏହି ତଥ୍ୟ ମୁତାବକ ରାଜ୍ୟରେ ମାତ୍ର ୭ ପ୍ରତିଶତ ଯୁବବର୍ଗ ଗ୍ରାଜୁଏଟ ବା ସ୍ନାତକ ପାସ୍ କରିପାରିଛନ୍ତି । ଆର୍ଥିକ ସ୍ଥିତି କଥା କହିଲେ ରାଜ୍ୟରେ ସମାନ୍ୟ ବର୍ଗର ଲୋକଙ୍କ ମଧ୍ୟରୁ ୨୫.୯ ପ୍ରତିଶତ ଲୋକ ଏବେ ବି ଗରିବ ସୀମାରେଖା ତଳେ ରହିଛି । ଏହି ସବର୍ଣ୍ଣ ବର୍ଗ ମଧ୍ୟରୁ ସବୁଠାରୁ ଅଧିକ ଗରିବ ବର୍ଗ ହେଉଛି ଭୂମିହାର ଓ ବ୍ରହ୍ମଣ ସଂପ୍ରଦାୟର ।

ଜାତିଗତ ଜନଗଣନା ରିପୋର୍ଟ ମୁତାବକ ବିହାରର ଶିକ୍ଷା ଅବସ୍ଥା

  • ବିହାରର ୨୨.୬୭ ପ୍ରତିଶତ ଲୋକ ୧ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ହାସଲ କରିଛନ୍ତି
  • ୧୪.୩୩ ପ୍ରତିଶତ ଲୋକ ୬ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି
  • ୧୪.୭୧ ପ୍ରତିଶତ ଲୋକ ୯ମ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ।
  • ୯.୧୯ ପ୍ର୍ରତିଶତ ଲୋକ ୧୧ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି
  •  ମାତ୍ର ୭ ପ୍ରତିଶତ ଲୋକ ଗ୍ରାଜୁଏଟ୍

ଜାତିଗତ ଜନଗଣନା ରିପୋର୍ଟ ମୁତାବକ ବିହାରର ଆର୍ଥିକ ଅବସ୍ଥା

  • ସାଧାରଣ ବର୍ଗର ୨୫.୯ ପ୍ରତିଶତ ଲୋକ ଗରିବ
  • ପଛୁଆ ବର୍ଗର ୩୩.୧୬ ପ୍ରତିଶତ ଲୋକ ଗରିବ
  • ଅତ୍ୟନ୍ତ ପଛୁଆ ବର୍ଗର ୩୩.୫୮ ପ୍ରତିଶତ ଲୋକ ଗରିବ
  • ଅନୁସୂଚିତ ଜାତି ବର୍ଗର ୪୨.୯୩ ପ୍ରତିଶତ ଲୋକ ଗରିବ
  • ଅନୁସୂଚିତ ଜନଜାତି ବର୍ଗର ୪୨.୭୦ ପ୍ରତିଶତ ଲୋକ ଗରିବ
  • ଅନ୍ୟ ବର୍ଗର ୨୩.୭୨ ପ୍ରତିଶତ ଲୋକ ଗରିବ

କେଉଁ ଜାତିର କେତେ ଲୋକ ପ୍ରତିଶତ ଲୋକ ଗରିବ୨୫.୩୨ ପ୍ରତିଶତ ଭୂମିହାର ପରିବାର ଗରିବ

  • ୨୫.୩ ପ୍ରତିଶତ ବ୍ରାହ୍ମଣ ପରିବାର ଗରିବ
  • ୨୪.୮୯ ପ୍ରତିଶତ ରାଜପୁତ ପରିବାର ଗରିବ
  • ୧୩.୮୩ ପ୍ରତିଶତ କାୟସ୍ତ ପରିବାର ଗରିବ
  • ୨୨.୨୦ ପ୍ରତିଶତ ମୁସଲିମ ପରିବାର ଗରିବ
  • ୧୭.୬୧ ପ୍ରତିଶତ ସେୟଦ ପରିବାର ଗରିବ