ପ୍ରଶ୍ନପତ୍ର ପ୍ରଘଟ ଓ ନକଲ ରୋକିବାକୁ କେନ୍ଦ୍ରର ନୂଆ ଆଇନ । ଦୋଷୀଙ୍କ ପାଇଁ ୩ରୁ ୫ବର୍ଷ ପର୍ୟ୍ୟନ୍ତ ଓ ସାଂଗଠନିକ ଅପରାଧ ପାଇଁ ୧୦ବର୍ଷ ପର୍ୟ୍ୟନ୍ତ ଜେଲ

74

କନକ ବ୍ୟୁରୋ : ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ
ଦେଶରେ ଆଂଟି ପେପର ଲିକ୍ ଆଇନ ହେଲା ଲାଗୁ
ସର୍ବସାଧାରଣ ପରୀକ୍ଷା ଅଧିନିୟମ ୨୦୨୪ ଅନୁସାରେ,
– କୌଣସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କଲେ ୫ରୁ ୧୦ ବର୍ଷ ଜେଲ ଦଣ୍ଡ
– ୧୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ
– ଏନଟିଏ ଦ୍ୱାରା ପରିଚାଳିତ ସମସ୍ତ ପରୀକ୍ଷା ଏହି ଆଇନ୍ରେ ଅନ୍ତର୍ଭୁକ୍ତ
– ଆଇନ ଅନୁସାରେ ଦୋଷୀଙ୍କୁ ଜାମିନ ମିଳିବା କଷ୍ଟକର ହେବ

ନିଟ୍ ପେପର ଲିକ୍ ଏବଂ ୟୁଜିସି-ନେଟ୍ ପରୀକ୍ଷା ବାତିଲ ହେବାନେଇ ସାରା ଦେଶରେ ଉତେଜନା ଦେଖାଦେଇଛି । ଏହି ସମୟରେ ସରକାର ଏଇ ବଡ଼ ନିଷ୍ପତିି ନେଇଛନ୍ତି । କେନ୍ଦ୍ର ସରକାର ସର୍ବସାଧାରଣ ପରୀକ୍ଷା ଅଧିନିୟମ ଅର୍ଥାତ୍ ପବ୍ଲିକ ଏଗ୍ଜାମିନେଶନ ଆଇନ ୨୦୨୪ ଗତ ବଜେଟ ଅଧିବେଶନରେ ସଂସଦ ଦ୍ୱାରା ଗୃହୀତ ହୋଇଥିଲା ଏବେ ଏହାକୁ ଲାଗୁ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି ।

ତେବେ ଏନଇଟି ଓ ଏନଇଇଟଇ ପରୀକ୍ଷାରେ ହେରଫେର ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ପୂରା ଦେଶରେ ଜୋରଦାର ବିରୋଧ ଜାରି ରହିଛି

ଅନ୍ୟପଟେ ଏନଟିଏ CSIR-UGC-NET ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଛି । ଏହି ପରୀକ୍ଷା ଆସନ୍ତା ୨୫ରୁ ୨୭ତାରିଖ ମଧ୍ୟରେ ହେବାର ଥିଲା । ତେବେ କିଛି ଅନିବାର୍ଯ୍ୟ କାରଣ ଓ ଲଜିଷ୍ଟିକ୍ କାରଣରୁ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ଏନଟିଏ ସୂଚନା ଦେଇଛି ।