ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ : ପ୍ରାୟ ୧୦ ଘଣ୍ଟା ଧରି ସ୍କୁଲ୍ ଓ ଉଚ୍ଚଶିକ୍ଷା ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ କରିବେ ଆଲୋଚନା

Advertisment
ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ : ପ୍ରାୟ ୧୦ ଘଣ୍ଟା ଧରି ସ୍କୁଲ୍ ଓ ଉଚ୍ଚଶିକ୍ଷା ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ କରିବେ ଆଲୋଚନା

କନକ ବ୍ୟୁରୋ : ଓଡିଶାର ଶିକ୍ଷା ବ୍ୟବସ୍ଥା ନେଇ ଆଜି ସମୀକ୍ଷା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୧୦ ଘଣ୍ଟା ଧରି ସ୍କୁଲ ଓ ଉଚ୍ଚଶିକ୍ଷା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ଯାଏ ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ବିଭାଗର ସମୀକ୍ଷା କରାଯିବ। ଏଥିରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ଅର୍ଥ ବିନିଯୋଗ ନେଇ ଆଲୋଚନା ହେବ। କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି, କେତେ ଖର୍ଚ୍ଚ ‌ହୋଇଛି, କେଉଁ ପ୍ରକଳ୍ପ ବହୁ ଦିନ ଧରି ପଡ଼ି ରହିଛି, ଆଦି ବିଷୟରେ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ଏହାପରେ ପୂର୍ବାହ୍ନ ସାଢ଼େ୧୧ଟାରୁ ଅପରାହ୍‌ଣ ସାଢ଼େ ୧ଟା ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା ହେବ। ତେବେ ସମୀକ୍ଷା ବୈଠକରେ ରାଜ୍ୟ ଉଚ୍ଚଶିକ୍ଷା କିମ୍ବା ଗଣଶିକ୍ଷା ମନ୍ତ୍ରୀ ସାମିଲ ହେଉ ନ ଥିବା ସୂଚନା ମିଳିଛି।

ସେହିପରି ଅପରାହ୍‌ଣ ୩ଟାରୁ ୪ଟା ୩୦ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କ ଭର୍ଚୁଆଲ୍‌ ବୈଠକ କରାଯିବ ଏଥିରେ ଆଇଆଇଟି, ଆଇଆଇଏମ୍‌, ଏନ୍‌ଆଇଟି, ଆଇଜର, ଇଗ୍‌ନୋ, କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ (ଶ୍ରୀସହଦେବ କ୍ୟାମ୍ପସ, ପୁରୀ) ଓ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଓଡ଼ିଶାର ସମୀକ୍ଷା ହେବ। କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ସ୍କୁଲ ସଙ୍ଗଠନ ଯଥା କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ, ସିବିଏସ୍‌ଇ, ନବୋଦୟ ବିଦ୍ୟାଳୟ ସଙ୍ଗଠନ, ଏନ୍‌ସିଟିଇ, ଏନ୍‌ସିଇଆରଟି ମୁଖ୍ୟମାନଙ୍କ ସହ ଅପରାହ୍‌ଣ ସାଢ଼େ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe