କନକ ବ୍ୟୁରୋ : ଏଲପିଜି ଗ୍ୟାସ ଦର କମିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଓଡ଼ିଶାର ମା'ମାନଙ୍କ ସଶକ୍ତିକରଣ ପାଇଁ ରାକ୍ଷୀ ଅବସରରେ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବେ ବର୍ଷକୁ ୧୨ଟି ସିଲିଣ୍ଡର କମ୍ ଦରରେ ମିଳିବ । ଭାରତରେ ୭୫ ଲକ୍ଷ ନୂଆ ଉଜ୍ଜ୍ୱଳା ସଂଯୋଗ ଦିଆଯିବ । ୨୦୧୪ରେ ଓଡ଼ିଶାରେ ୧ କୋଟି ଘରୁ ୨୨ ପ୍ରତିଶତ ଘରେ ଗ୍ୟାସ ସଂଯୋଗ ଥିଲା । ଉଜ୍ଜ୍ୱଳା ଯୋଜନା ଲାଗୁ ହେବା ପରେ ୫୩ ଲକ୍ଷ ହିତାଧିକାରୀ ବଢିଥିଲେ ।

Advertisment

୯୬ ଲକ୍ଷ ଘରେ ଗ୍ୟାସ ସଂଯୋଗ ପହଞ୍ଚି ପାରିଥିଲା । ୫ ଲକ୍ଷ ନୂଆ ସଂଯୋଗ ଓଡ଼ିଶାରେ ଲାଗିବ । ଏବେ ୧କୋଟି ଘରେ ଗ୍ୟାସ ପହଞ୍ଚିଛି । ୨୦୧୪ରେ ଓଡ଼ିଶାର ୧୪ ଲକ୍ଷ ଭଉଣୀ ମାନଙ୍କୁ କମ୍ ସୁଧରେ ୩୮୬.୩୭ କୋଟିର ଋଣ ମିଳିଥିଲା । ଯାହାର ବଡ ସୁଧ ଭାରତ ସରକାର ଦେଇଥିଲେ । ଆଜି ସେ ସଂଖ୍ୟା ୧୪ ଲକ୍ଷରୁ ୪୦ ଲକ୍ଷକୁ ବଢ଼ିଗଲାଣି । ଏବେ ଓଡ଼ିଶାର ମହିଳା ମାନଙ୍କୁ ୨୫ ହାଜର କୋଟି ଋଣ ଦେଉଛନ୍ତି କେନ୍ଦ୍ର ସରକାର ।