ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବାଧକ ହେବନି ଅର୍ଥ । ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଲା ଶିକ୍ଷା ଋଣ । ବିଦେଶରେ ଉଚ୍ଚଶିକ୍ଷା ପାଇଁ ବି ଲାଗୁ ହେବ ଯୋଜନା

635

କନକ ବ୍ୟୁରୋ: ମେଧାବୀ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଏଣିକି କଳିଙ୍ଗ ଶିକ୍ଷା ସାଥୀ ଯୋଜନା ବା କେଏସଏସୱାଇରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି । ଅଭିଭାବକଙ୍କ ବାର୍ଷିକ ଆୟ ସୀମା ୬ଲକ୍ଷ ଟଙ୍କା ରଖାଯାଇଥିବାରୁ ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଅଭିଭାବକଙ୍କ ବାର୍ଷିକ ଆୟ ସୀମା ୮ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । କେବଳ ସେତିକି ନୁହେଁ ବିଦେଶରେ ଉଚ୍ଚଶିକ୍ଷା ପାଇଁ ଯେଉଁମାନେ ଋଣ ନେଉଛନ୍ତି, ସେମାନଙ୍କୁ ମଧ୍ୟରେ ଏଥିରେ ସାମିଲ କରାଯିବ ।

ନଜର ପକାନ୍ତୁ, ସରକାରଙ୍କ ଏହି ଶିକ୍ଷା ଋଣ ଯୋଜନା କଣ ଓ କେଉଁମାନେ ଏଥିରେ ଉପକୃତ ହେବେ ।

ଶିକ୍ଷା ୠଣ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି

  • କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଋଣ ଦିଆଯାଏ
  • ବାର୍ଷିକ ୧% ସୁଧରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଋଣ
  • ଶିକ୍ଷା ଶେଷ ହେବା ପରେ ଋଣ ପରିଶୋଧ କରିବାକୁ ହୁଏ
  • ଋଣ ପରିଶୋଧ ଅବଧି ରହିଛି ୧୫ବର୍ଷ
  • ପୂର୍ବରୁ ଅଭିଭାବକଙ୍କ ବାଷିକ ଆୟ ସୀମା ୬ ଲକ୍ଷ ଟଙ୍କା ରହିଥିଲା
  • ଏବେ ଅଭିଭାବକଙ୍କ ଆୟ ସୀମା ୮ଲକ୍ଷକୁ ବୃଦ୍ଧି କରାଯାଇଛି
  • ଶିକ୍ଷା ଋଣ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି
  • ବିଦେଶରେ ଉଚ୍ଚଶିକ୍ଷା ପାଇଁ ମଧ୍ୟ ଏହି ଯୋଜନାରେ ଋଣ ମିଳିବ

୨୦୨୩-୨୪ ଶିକ୍ଷାବର୍ଷଠାରୁ ଏହି ସଂଶୋଧିତ ଯୋଜନା କାର୍ଯ୍ୟକାରୀ ହେବ । ଏହି ସ୍କିମ୍ ଦ୍ୱାରା ରାଜ୍ୟର ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି । ସଂଶୋଧିତ ମାନଦଣ୍ଡ ଆଧାରରେ ବାର୍ଷିକ ଆର୍ଥିକ ଆବଶ୍ୟକତା ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି ।