କନକ ବ୍ୟୁରୋ: ମେଧାବୀ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଏଣିକି କଳିଙ୍ଗ ଶିକ୍ଷା ସାଥୀ ଯୋଜନା ବା କେଏସଏସୱାଇରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ବ୍ୟବସ୍ଥା କରାଯାଇଛି । ଅଭିଭାବକଙ୍କ ବାର୍ଷିକ ଆୟ ସୀମା ୬ଲକ୍ଷ ଟଙ୍କା ରଖାଯାଇଥିବାରୁ ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ଅଭିଭାବକଙ୍କ ବାର୍ଷିକ ଆୟ ସୀମା ୮ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । କେବଳ ସେତିକି ନୁହେଁ ବିଦେଶରେ ଉଚ୍ଚଶିକ୍ଷା ପାଇଁ ଯେଉଁମାନେ ଋଣ ନେଉଛନ୍ତି, ସେମାନଙ୍କୁ ମଧ୍ୟରେ ଏଥିରେ ସାମିଲ କରାଯିବ ।
ନଜର ପକାନ୍ତୁ, ସରକାରଙ୍କ ଏହି ଶିକ୍ଷା ଋଣ ଯୋଜନା କଣ ଓ କେଉଁମାନେ ଏଥିରେ ଉପକୃତ ହେବେ ।
ଶିକ୍ଷା ୠଣ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି
- କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଋଣ ଦିଆଯାଏ
- ବାର୍ଷିକ ୧% ସୁଧରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଋଣ
- ଶିକ୍ଷା ଶେଷ ହେବା ପରେ ଋଣ ପରିଶୋଧ କରିବାକୁ ହୁଏ
- ଋଣ ପରିଶୋଧ ଅବଧି ରହିଛି ୧୫ବର୍ଷ
- ପୂର୍ବରୁ ଅଭିଭାବକଙ୍କ ବାଷିକ ଆୟ ସୀମା ୬ ଲକ୍ଷ ଟଙ୍କା ରହିଥିଲା
- ଏବେ ଅଭିଭାବକଙ୍କ ଆୟ ସୀମା ୮ଲକ୍ଷକୁ ବୃଦ୍ଧି କରାଯାଇଛି
- ଶିକ୍ଷା ଋଣ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି
- ବିଦେଶରେ ଉଚ୍ଚଶିକ୍ଷା ପାଇଁ ମଧ୍ୟ ଏହି ଯୋଜନାରେ ଋଣ ମିଳିବ
୨୦୨୩-୨୪ ଶିକ୍ଷାବର୍ଷଠାରୁ ଏହି ସଂଶୋଧିତ ଯୋଜନା କାର୍ଯ୍ୟକାରୀ ହେବ । ଏହି ସ୍କିମ୍ ଦ୍ୱାରା ରାଜ୍ୟର ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି । ସଂଶୋଧିତ ମାନଦଣ୍ଡ ଆଧାରରେ ବାର୍ଷିକ ଆର୍ଥିକ ଆବଶ୍ୟକତା ୭ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/10/33.jpg)