ପ୍ରାୟ ୨ ବର୍ଷ ହେଲାଣି ବସ୍ତାନୀ ଖୋଲି ନାହାନ୍ତି ଓଡିଆ ସ୍କୁଲ ପିଲା । ମୋବାଇଲ ନଥିବାରୁ ହୋଇପାରୁନି ଅନଲାଇନ୍ ପାଠପଢା । ୪ଟି ଜିଲ୍ଲାରୁ ଆସିଲା ଅଭାବନୀୟ ଖବର…

302

କନକ ବ୍ୟୁରୋ: କରୋନା ଯୋଗୁଁ ବସ୍ତାନୀ ଖୋଲି ନାହାଁନ୍ତି ଓଡିଆ ସ୍କୁଲ ପିଲା । ପ୍ରାୟ ଦୁଇବର୍ଷ ହେଲାଣି ସ୍କୁଲ ବନ୍ଦ ରହିଥିବାବେଳେ ଘରେ ମୋବାଇଲ ନଥିବା କାରଣରୁ ଅନଲାଇନରେ ପିଲା ପାଠ ପଢ଼ି ପାରୁନାହାଁନ୍ତି । ବିଶେଷ କରି ଓଡିଶାର ଉପାନ୍ତ ଅଞ୍ଚଳର ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ।

ପଢ଼ିବାକୁ ଇଚ୍ଛା ଅଛି, ହେଲେ ସାଧନ ନାହିଁ । କରୋନା ଯୋଗୁଁ ସ୍କୁଲ ବନ୍ଦ, ମୋବାଇଲ ନଥିବାରୁ ଅନ୍ଲାଇନ୍ କ୍ଲାସ ମଧ୍ୟ ବନ୍ଦ । ଆଉ ଏହାରି ଭିତରେ ଅସୁବିଧା ଭୋଗୁଛନ୍ତି ଅନେକ ଛାତ୍ରଛାତ୍ରୀ । ନବମ ଶ୍ରେଣୀରେ ବଢୁଥିବା ବାସନ୍ତି ଏବଂ ପ୍ରିୟଙ୍କା କୋରାପୁଟ ଜିଲ୍ଲା ଜୟପୁର ସହରର କିଆବନ୍ଧ ସାହିରେ ରୁହନ୍ତି । ବାସନ୍ତୀର ବାପା ନାହାଁନ୍ତି, ତାଙ୍କ ପଢ଼ା ଦାୟିତ୍ୱ ନେଇଛନ୍ତି ତାଙ୍କ ଜେଜେ-ମା’ । ଏଭଳି ସ୍ଥିତିରେ ମୋବାଇଲ କିିଣି ଅନ୍ଲାଇନ୍ କ୍ଲାସ୍ କରିବା ସମ୍ଭବ ହେଉନି । ଯାହା ଫଳରେ ଦୁଇ ବର୍ଷ ହେଲାଣି ଦୁଇ ଭଉଣୀଙ୍କ ପାଠପଢ଼ା ଠପ୍ ।

ସେହିପରି କଳାହାଣ୍ଡି କୋକସରା ଲଡ଼ୁଗାଁ ସ୍କୁଲରେ୧୦ମ କ୍ଲାସ୍ରେ ପଢ଼ୁଛନ୍ତି ଅମ୍ବିକା । ଦୁଇ ବର୍ଷ ହେଲା ତାଙ୍କର ବସ୍ତାନୀ ବିି ହୋଇନି । କାରଣ, ଅନ୍ଲାଇନ୍ କ୍ଲାସ୍ କରିବା ତାଙ୍କ ପାଖରେ ମୋବାଇଲ କିଣିବାକୁ ଟଙ୍କା ନାହିଁ । ଆଉ ଏସବୁ ଭିତରେ ବିନା ପାଠ ଓ ବିନା ପରୀକ୍ଷାରେ ଫଳାଫଳକୁ ଚାହିଁ ରହିଛନ୍ତି । ଅନ୍ୟପଟେ ନୂଆପଡ଼ାର ସତିଶ ଏବଂ କୁଳଦୀପଙ୍କ କାହାଣୀ ଟିିକେ ଭିନ୍ନ । ଘରେ ଗୋଟିଏ ମୋବାଇଲ ଅଛନ୍ତି । ବାପା ନେଇ କାମକୁ ଗଲେ ପାଠ ସରିଲା । ଏହାରି ଭିତରେ ପୁଣି ନେଟଓ୍ବାର୍କ ସମସ୍ୟା ।
ଅନ୍ୟପଟେ ଦେବଗଡ଼ରୁ ଆସିଥିବା ଖବର କହୁଛି, ପିଲା ଯେମିତି ଏକ ଲମ୍ବା ଛୁଟିରେ ଅଛନ୍ତିି । ଅନଲାଇନ କ୍ଲାସ୍ ହେଉଛି ସତ, ହେଲେ ଏମାନଙ୍କ ପାଖରେ ଅପହଂଚ । ଲକଡାଉନ ଯୋଗୁଁ ଗରିବ ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ମୋବାଇଲ କିଣି ପାଠ ପଢ଼ିବା କଷ୍ଟକର ହୋଇପଡ଼ିଛି ।

ୟୁନେସ୍କୋର ଏକ ତଥ୍ୟ ଅନୁସାରେ ସାରା ବିଶ୍ୱର ଅଧା ଛାତ୍ରଛାତ୍ରୀଙ୍କ ପାଖରେ କମ୍ପ୍ୟୁଟର ନାହିଁ । ବିଶ୍ୱର ପ୍ରାୟ ୭୦ କୋଟି ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ଇଣ୍ଟରନେଟ୍ ନାହିଁ । ୨୦୧୮-୨୦୧୯ ଅର୍ଥନୈତିକ ସର୍ଭେ ରିପୋର୍ଟର ତଥ୍ୟ କହୁଛି, ଓଡ଼ିଶାର ଗ୍ରାମାଂଚଳର ପ୍ରତି ଶହେ ଜଣଙ୍କ ମଧ୍ୟରେ ମାତ୍ର ୧୬ ଜଣଙ୍କ ପାଖରେ ଇଂଟରନେଟ୍ ସବସ୍କ୍ରିପସନ୍ ଅଛି । ଅବଶ୍ୟ ସ୍ମାର୍ଟଫୋନ୍ ଆସିବା ପରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିଛି ।