ରାଜ୍ୟରେ କରୋନା ସ୍ପ୍ରେଡର ସାଜିଛି ଶିକ୍ଷାନୁଷ୍ଠାନ । ଆଇଆଇଟି, ଏନଆଇଟି ପରେ ଆଲେନ ଇନଷ୍ଟିଚ୍ୟୁଟ୍ । ଆଲେନ୍ ଇନଷ୍ଟିଚ୍ୟୁଟ୍ କୁ ସିଲ୍ କଲା ବିଏମସି

105

କନକ ବ୍ୟୁରୋ : ଖୋର୍ଦ୍ଧା ଆଇଆଇଟିରେ ଆଉ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜଟଣୀ ଅରୁଗୁଳରେ ଥିବା ଆଇଆଇଟିର ୧୦ ଜଣ ଛାତ୍ର କୋଭିଡ ପଜିଟିଭ ହୋଇଛନ୍ତି । ଗତ ୨୨ ତାରିଖରେ ଏହି ଶିକ୍ଷାନୁଷ୍ଠାନର ୮ ଜଣ ଛାତ୍ରା କରୋନାରେ ଆକ୍ରାନ୍ତ ହୋଇଥିଲେ । ସେମାନଙ୍କ କଂଟାକ୍ଟ ଟ୍ରେସିଂ କରି ୪୫ ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠା ଯାଇଥିଲା, ସେଥିମଧ୍ୟରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଛାତ୍ର ଏବେ ଆଇଆଇଟି କ୍ୟାମ୍ପସରେ ସଙ୍ଗରୋଧରେ ରହିଛନ୍ତି । ସଂକ୍ରମିତଙ୍କୁ ମେଡିକାଲ ଟିମ୍ ବରାବର ଦେଖାଶୁଣା କରୁଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଅନ୍ୟପଟେ କ୍ୟାମ୍ପସରେ ଥିବା ଅନ୍ୟ ବିଦ୍ୟାର୍ଥୀଙ୍କ ପାଇଁ ଅଭିଭାବକ ମାନେ ଚିନ୍ତିତ ହୋଇପଡିଛନ୍ତି ।

ରାଉରକେଲା ନିଟରେ ଆଜି ଆଉ ୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଚଳିତ ମାସ ୧୦ ତାରିଖ, ୧୫ ଓ ୨୨ ତାରିଖରେ ନିଟର ୩ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ କଂଟାକ୍ଟ ଟ୍ରେସିଂ କରି ନମୂନା ପରୀ କ୍ଷା କରିବା ପରେ ଆଜି ୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ଛୁଇଁଛି । ସମସ୍ତ ଆକ୍ରାନ୍ତ ଛାତ୍ରଛାତ୍ରୀ, ନିଟ କ୍ୟାମ୍ପସ ପରିସରରେ ସଙ୍ଗରୋଧରେ ରଖାଯାଇଛି । କଂଟାକ୍ଟ ଟ୍ରେସିଂ ଆଧାରରେ ଟେଷ୍ଟି ବି ଚାଲିଛି । ତେବେ କ୍ୟାମ୍ପସରେ ରହୁଥିବା ଅନ୍ୟ ଛାତ୍ରଛାତ୍ରୀଙ୍କୁ ସଂକ୍ରମଣ ଭୟ ଘାରିଛି । ତେଣୁ ଆସନ୍ତା ୫ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଅନ୍ଲାଇନ କରିବା ସହ ହଷ୍ଟେଲ ଛାଡି ଘରକୁ ଯିବା ପାଇଁ ଅନୁମତି ଦେବା ପାଇଁ ଦାବି କରୁଛନ୍ତି । ସଂକ୍ରମଣ ବଢୁଥିବା ବେଳେ ପିଲାଙ୍କ ଦାବିକୁ ଆଖିରେ ରଖି ନିଟ କର୍ତୃପକ୍ଷ ଗତ ଶୁକ୍ରବାର ଅଫଲାଇନ ପରୀକ୍ଷା ସହ ଏକ ସପ୍ତାହ ଭିତରେ ହଷ୍ଟେଲ ଛାଡି ଘରକୁ ଯାଇପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ କରିଥିଲେ । ହେଲେ କିଛି ସମୟ ପରେ ବିଜ୍ଞପ୍ତି ଭୁଲ ଥିଲା କେହି ହଷ୍ଟେଲ ଛାଡି ଯାଇପାରିବେ ନାହିଁ ଏବଂ ପରୀକ୍ଷା ମଧ୍ୟ ଅଫଲାଇନ ହେବ ବୋଲି ଡିନ୍ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଭୁବନେଶ୍ୱର ଆଲେନ ଇଂଷ୍ଟିଚ୍ୟୁଟର କରୋନା ସଂକ୍ରମିତ ଚିହ୍ନଟ । ପଜିଟିଭ ଚିହ୍ନଟ ପରେ ଇଷ୍ଟିଚ୍ୟୁଟକୁ ସିଲ କଲା ଭୁବନେଶ୍ୱର ମହାନଗର ନିଗମ । ବିଏମସିର ପରବର୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଖୋଲିବ ନାହିଁ ଆଲେନ ଇଂଷ୍ଟିଚ୍ୟୁଟ । ସମସ୍ତ ସଂକ୍ରମିତଙ୍କ ପୃଥକ ପୃଥକ ଆଇସୋଲେସନରେ ରଖାଯାଇଛି । ଇଂଷ୍ଟିଚ୍ୟୁଟକୁ ବାହାର ଲୋକଙ୍କ ବାରଣ କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ବିଏମସି ଅଧିକାରୀ ଇଂଷ୍ଟିଚ୍ୟୁଟକୁ ପ୍ରବେଶ ପାଇଁ ଅନୁମତି ରହିଛି ।