ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ହେଉଛି ଦେଶର ସବୁଠାରୁ ବଡ ଜାଞ୍ଚ୍ ଏଜେନ୍ସୀ । ବର୍ତ୍ତମାନ ଏହି ଏଜେନ୍ସୀ ଖୁବ୍ ଚର୍ଚ୍ଚାରେ ରହିଛି । ସିବିଆଇ ଆଲୋକ ବର୍ମା ଏବଂ ବିଶେଷ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଏବେ ଛୁଟିରେ ପଠାଇ ଦେଇଛନ୍ତି । ଏହାପରେ କେନ୍ଦ୍ର ତରଫରୁ ଜଏଣ୍ଟ ଡାଇରେକ୍ଟର ନାଗେଶ୍ୱର ରାଓଙ୍କୁ ସାମୟିକ ମୁଖ୍ୟ ଭାବେ ଚୟନ କରାଯାଇଛି । ତେବେ ଏଭଳି ସମୟରେ ପ୍ରଶ୍ନ ଆସେ ସିବିଆଇରେ କିଭଳି ଭାବେ ନିଯୁକ୍ତି ଦିଆଯାଏ? ସିବିଆଇର ମୁଖ୍ୟ କିଭଳି ଭାବେ ନିଯୁକ୍ତି ପାଆନ୍ତି ଏବଂ ତାଙ୍କୁ ନିଷ୍କାସିତ କରିବାର ପ୍ରକ୍ରିୟା କ’ଣ?
ପ୍ରଥମେ ଆପଣଙ୍କୁ କହିରଖୁଛୁ ସିବିଆଇ ମୁଖ୍ୟଙ୍କ କାର୍ଯ୍ୟକାଳ କମ୍ ସେ କମ୍ ୨ ବର୍ଷ ପର୍ଯ୍ୟନ୍ତ ହୋଇଥାଏ । ଅନ୍ୟପକ୍ଷେ ସିବିଆଇ ମୁଖ୍ୟଙ୍କୁ ସ୍ଥାନାନ୍ତର କରିବାକୁ ହେଲେ ଏଥିପାଇଁ ସିଲେକ୍ସନ୍ କମିଟିକୁ ମଞ୍ଜୁରୀ ଦେବାକୁ ପଡିଥାଏ ।
୧ . କିଭଳି ହୋଇଥାଏ ସିବିଆଇ ମୁଖ୍ୟଙ୍କ ଚୟନ ?
ସିବିଆଇର ମୁଖ୍ୟ ଚୟନ କମିଟି ଯେଉଁଥିରେ ପ୍ରଧାନମନ୍ତ୍ରୀ,ସୁପ୍ରିମକୋର୍ଟ ମୁଖ୍ୟ ଜଷ୍ଟିସ୍ ଏବଂ ବିରୋଧିଦଳ ନେତା ସାମିଲ ଥାଆନ୍ତି , ଏହି କମିଟି ପକ୍ଷରୁ ସିବିଆଇ ମୁଖ୍ୟଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଆପଣଙ୍କୁ ଏଠାରେ କହିରଖୁଛୁ,୧୯୮୪ ବ୍ୟାଚ୍ ଗୁଜୁରାଟ କାର୍ଡର ଆଇପିଏସ୍ ଅଫିସର ରାକେଶ ଅସ୍ଥାନାଙ୍କୁ ସିବିଆଇରେ ସ୍ପେଶାଲ୍ ଡାଇରେକ୍ଟର ନିୟୁକ୍ତି କରିବା ନେଇ ମୋଦି ସରକାରଙ୍କ ଉପରେ ନିୟମର ବିରୁଦ୍ଧକୁ ନେଇ ଗମ୍ଭୀର ଆରୋପ ଲାଗିଥିଲା । ତେବେ ରାକେଶ ଅସ୍ଥାନାଙ୍କ ଉପରେ ଆଗରୁ ମଧ୍ୟ ଆରୋପ ଲାଗିଛି ।
କିଭଳି ହୋଇଥାଏ ସିବିଆଇ ମୁଖ୍ୟଙ୍କ ସ୍ଥାନାନ୍ତର ପ୍ରକ୍ରିୟା ?
୧୯୯୭ ମସିହା ପୂର୍ବରୁ ସିବିଆଇ ଡାଇରେକ୍ଟରଙ୍କୁ ସରକାର ନିଜ ଇଚ୍ଛା ମୁତାବକ କେତେବେଳେ ବି ହଟାଇପାରିବେ । କିନ୍ତୁ ଏହି ବର୍ଷ ହିଁ ବିନିତ ନାରାୟଣ ମାମଲାରେ ସୁପ୍ରିମକୋର୍ଟ ତରଫରୁ କାର୍ଯ୍ୟକାଳକୁ ୨ ବର୍ଷ ସମୟ କରିଦିଆଯାଇଛି । ଯେଉଁଥିପାଇଁ ଡାଇରେକ୍ଟର ମୁକ୍ତ ହୋଇ ସୁଚାରୁରୂପେ ନିଜ କାମ କରିପାରିବେ । ସିବିଆଇ ଡାଇରେକ୍ଟରଙ୍କୁ କାର୍ଯ୍ୟରୁ ହଟାଇବା ପାଇଁ ସମ୍ପୁର୍ଣ୍ଣ ମାମଲାର ବିବରଣୀ ସିଲେକ୍ସନ୍ ପେନାଲ୍ କୁ ପଠାଇବାକୁ ପଡିଥାଏ । ଅନ୍ୟପକ୍ଷେ ଡାଇରେକ୍ଟରଙ୍କୁ କାର୍ଯ୍ୟଚ୍ୟୁତ କରିବା ପାଇଁ ସିଲେକ୍ସନ୍ କମିଟି ସିବିସି,ହୋମ୍ ସେକ୍ରେଟାରୀ (କର୍ମୀ) ରହିବା ନିହାତି ଆବଶ୍ୟକ ଅଟେ ।
ସିବିଆଇର ଗଠନ ୧୯୬୩ରେ ହୋଇଥିଲା । ସିବିଆଇ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ହେଉଥିବା ଅପରାଧ ଯେଭଳି ହତ୍ୟା,ଘୋଟାଲା ଏବଂ ଭ୍ରଷ୍ଟାଚାର ମାମଲା ଏବଂ ରାଷ୍ଟ୍ରହିତ ସମ୍ବନ୍ଧୀୟ ଅପରାଧକୁ ଭାରତ ସରକାରଙ୍କ ଦ୍ୱାରା ଜାଞ୍ଚ୍ କରାଯାଏ ।
କିଭଳି ହୋଇଥାଏ ସିବିଆଇ ଭର୍ତ୍ତୀ ?
ସିବିଆଇରେ ଏସଏସସି ତରଫରୁ ଆୟୋଜିତ ହୋଇଥିବା ପରୀକ୍ଷା ଦ୍ୱାରା ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ କରାଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/cbi.jpg)
/kanak/media/post_attachments/wp-content/uploads/2018/10/CBI-infighting-300x169.jpg)
/kanak/media/post_attachments/wp-content/uploads/2018/10/cbi-s_650_092716070604-300x185.jpg)