ଢେଙ୍କାନାଳ ଜାଭିୟର ହାଇସ୍କୁଲ: ଶିକ୍ଷାର ଭବିଷ୍ୟତ, ଅଭିଭାବକଙ୍କୁ କରୁଛି ଆକୃଷ୍ଟ ।

118

କନକ ବ୍ୟୁରୋ: ଏଜୁକେସନ୍ ଫର୍ ଅଲ୍ ବା ‘ସମସ୍ତଙ୍କ ପାଇଁ ଶିକ୍ଷା’ । ଏହି ଲକ୍ଷ୍ୟ ନେଇ ୨୦୦୮ରୁ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି ଜାଭିୟର ଗ୍ରୁଫ୍ ଅଫ୍ ସ୍କୁଲ । ଢେଙ୍କାନାଳ ରଣପସି ଗେଙ୍ଗୁଟିଆ ସ୍ଥିତ ଜାଭିୟର ହାଇସ୍କୁଲ ଗୁଣାତ୍ମକ ଭାବେ ଉନ୍ନତମାନର ଶିକ୍ଷା ଯୋଗାଇବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଗୁରୁତ୍ୱ ଦେଇଆସୁଛି । ଯେଉଁଥିପାଇଁ ଗତବର୍ଷ ଏହି ସ୍କୁଲ ରାଜ୍ୟର ଶ୍ରେଷ୍ଠ ପ୍ରତିବଦ୍ଧ ସ୍କୁଲ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛି । ପରିଚାଳନା ନିର୍ଦ୍ଦେଶକ ଜିଏସ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ଏହି ଘରୋଇ ଶିକ୍ଷାନୁଷ୍ଠାନ ଭବିଷ୍ୟତ ଗଢ଼ିବାରେ ଏକ ଭରସା ପାଲଟିଛି ।

ବିଗତ ୧୩ ବର୍ଷ ଧରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ମାନ୍ୟତା ସହ ରାଜ୍ୟ ସରକାରଙ୍କଠୁ ଏନଓସି ହାସଲ କରି ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆଣିଛି ଜାଭିୟର ଗ୍ରୁପ୍ ଅଫ୍ ଶିକ୍ଷାନୁଷ୍ଠାନ । ଗୋଟିଏ ଉଦ୍ଦେଶ୍ୟ, ସମସ୍ତଙ୍କ ପାଇଁ ଶିକ୍ଷା । ସେଥିପାଇଁ ତ ୨୦୦୮ରୁ ନିରନ୍ତର ଭାବେ ଏହି ଅନୁଷ୍ଠାନରୁ ହଜାର ହଜାର ଆଗାମୀ ଭବିଷ୍ୟତ ଗଢ଼ିବାରେ ଲାଗିଛି । କାରଣ ବିଦ୍ୟାଳୟ ସରକାରୀ ହେଉ କି ବେସରକାରୀ ସକରାତ୍ମକ ଶିକ୍ଷା ଆଜିର ଯୁବ ସମାଜକୁ ସଶକ୍ତ କରିବାରେ ସହାୟକ ହୁଏ ବୋଲି ଜାଭିୟର ପ୍ରତିଷ୍ଠାତା ମତପ୍ରକାଶ କରିଛନ୍ତି ।

ଏଠାରେ ପ୍ରି-ପ୍ରାଇମେରୀ, ମଧ୍ୟମ ଏବଂ ମାଧ୍ୟମିକ ଶିକ୍ଷା ପ୍ରଦାନ ପାଇଁ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଏ । ସେଥିିପାଇଁ ଏହି ଶିକ୍ଷାନୁଷ୍ଠାନରେ ମୋଣ୍ଟେସୋରୀ ଶ୍ରେଣୀଗୁଡ଼ିକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ପ୍ରି-ପ୍ରାଇମେରି ପାଇଁ ଡିଜିଟାଲ ଶ୍ରେଣୀଗୃହ ସହ ଏକ ସ୍ୱତନ୍ତ୍ର କ୍ୟାମ୍ପସର ସୁବିଧା ରହିଛି । ଯେଉଁଠାରେ ଛାତ୍ରଛାତ୍ରୀଙ୍କୁ ସଫ୍ଟୱେୟାର ଶିକ୍ଷା ପ୍ରଦାନ କରାଯାଉଛି । ଶିକ୍ଷକମାନଙ୍କ ଶିକ୍ଷାଦାନ ଶୈଳୀ ଦ୍ୱିତୀୟ ଘର ଭଳି ଅନୁଭବ ହେଉଥିବା କହୁଛନ୍ତି ଛାତ୍ରଛାତ୍ରୀ । ଖାଲି ଏତିକି ନୁହେଁ ପ୍ରତ୍ୟେକ ପିଲାର ଆବଶ୍ୟକତା ଏବଂ ତାଙ୍କ ସମାର୍ଥ୍ୟକୁ ଗୁରୁତ୍ୱ ଦେଇ ଶିକ୍ଷାଦାନ କରନ୍ତି ଶିକ୍ଷକ ।

ତେବେ ପ୍ରଥମରୁ-ଚତୁର୍ଥ ଶ୍ରେଣୀ ଗୁଡ଼ିକ ଜଣେ ଛାତ୍ରର ଭବିଷ୍ୟତ ପାଇଁ ମୂଳଦୂଆ ପକାଇଥାଏ । ତେଣୁ ପ୍ରାଥମିକ ଶ୍ରେଣୀରୁ ହିଁ ଅଧିକ ପ୍ରାଥମିକତା ଦିଆଯାଏ । ସେହିଭଳି ମଧ୍ୟମ ବା ପଞ୍ଚମରୁ ଅଷ୍ଟମ ଶ୍ରେଣୀ ଜଣେ ପିଲା ପାଇଁ ସ୍ୱତନ୍ତ୍ର ବିଷୟ ବାଛିବାରେ ଏକ ସିଡ଼ି ପାଲଟିଥାଏ । ଏହାରି ଭିତରେ ଶିକ୍ଷକ ଏବଂ ଅଭିଭାବକମାନେ ପିଲାମାନଙ୍କ ଦକ୍ଷତାକୁ ଜାଣିପାରିବେ । ଯାହା ସେମାନଙ୍କୁ ଆଗାମୀ ଭବିଷ୍ୟତର ମାର୍ଗଦର୍ଶନ କରିବାରେ ସହାୟକ ପାଲଟିବ । ଏହାବାଦ୍ ମାଧ୍ୟମିକ ଶିକ୍ଷା ବା ନବମ-ଦଶମ ପାଠ୍ୟକ୍ରମ ପାଇଁ ଏଠାରେ ଉପଯୁକ୍ତ ବ୍ୟବସ୍ଥା କରଯାଇଛି । ମାନସିକ ଏବଂ ଶାରିରୀକ ଶିକ୍ଷା ପ୍ରଦାନ ପାଇଁ ଅଭିଜ୍ଞ ଶିକ୍ଷକମାନେ ଜ୍ଞାନ ବାଟନ୍ତି । ନିରନ୍ତର ଶ୍ରେଣୀ ଗୁଡ଼ିକରେ ପିଲାମାନଙ୍କ ପ୍ରତି ବ୍ୟକ୍ତିଗତ ଭାବେ ଧ୍ୟାନ ଦିଅନ୍ତି ।

ଲାଇବ୍ରେରୀଠୁ ଲାବ୍ରୋଟୋରୀ ଜଣେ ଛାତ୍ରର ସ୍ୱପ୍ନକୁ ସଫଳ କରେ । ଯେଉଁଠାରେ ସେ ବିଭିନ୍ନ ପରୀକ୍ଷାମୂଳକ କାର୍ଯ୍ୟ କରିପାରିବ । ସେନେଇ ଏହି ଜାଭିୟର ହାଇସ୍କୁଲ ଅଧିକ ଗୁରୁତ୍ୱ ଦିଆଯାଏ । ଅତ୍ୟାଧୁନିକ ପୁସ୍ତକ, ଉନ୍ନତ ଉପକରଣ ଯୋଗାଇବା ଆମର ପ୍ରତିବଦ୍ଧତା ବୋଲି ଶିକ୍ଷାନୁଷ୍ଠାନ ଦମ୍ଭୋକ୍ତି ବାଢ଼ିଛି । ବିଜ୍ଞାନ ବିଷୟ ଗୁଡ଼ିକ ପାଇଁ ସର୍ବଶ୍ରେଷ୍ଠ ଲାଇବ୍ରେରୀ, ସଫୱେୟାର ମଡ୍ୟୁଲ, ଇ-ଲାଇବ୍ରେରୀର ଏବଂ କମ୍ପୁଟର ଲ୍ୟାବ୍ ଭଳି ଅନେକ ସୁବିଧା କରିଛି ଜାଭିୟର । କମାଣ୍ଡର ପ୍ରତାପ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱ ଏବଂ ଶିକ୍ଷକ ଓ କର୍ମଚାରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହି ଶିକ୍ଷାନୁଷ୍ଠାନ ସଫଳତା ପାଇପାରିଛି । ଯାହାର ଉଦାହରଣ ସ୍ୱରୁପ, ଗତବର୍ଷ ଦଶମ ବୋର୍ଡ ପରୀକ୍ଷାରେ ବେଦାନ୍ସୀ, ଅନୁପମ ଏବଂ ଗୁରୁଦତ୍ତ ଭଳି ଛାତ୍ରଛାତ୍ରୀ ୯୯% ନମ୍ବର ରଖି ଶିକ୍ଷାନୁଷ୍ଠାନକୁ ଗର୍ବିତ କରିଛନ୍ତି । ତେଣୁ ଉଭୟ ମାନସିକ ଓ ଶରିରୀକ ଶିକ୍ଷା ଯୋଗାଇଦେବା ଆମ ଶିକ୍ଷାନୁଷ୍ଠାନର ମୂଳଲକ୍ଷ୍ୟ ବୋଲି ଜାଭିୟର କର୍ତ୍ତୁପକ୍ଷ କହିଛନ୍ତି ।