କନକ ବ୍ୟୁରୋ : ଚଳିତ ବଜେଟରେ ଛାତ୍ରଛାତ୍ରୀଙ୍କଙ୍କ ପାଇଁ ପ୍ରଧାନମନ୍ତ୍ରୀ ଇ –ବିଦ୍ୟା ଯୋଜନାର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଡ଼ିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଇ-ବିଦ୍ୟା ଯୋଜନାରେ ୨୦୦ ଚ୍ୟାନେଲରେ ଶିକ୍ଷାଦାନ କରାଯିବ । ଶିକ୍ଷାର ମାନକୁ ବଢାଇବା ପାଇଁ ଡିଟିଏଚ ସୁବିଧା ଦିଆଯିବ ।

Advertisment

ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ଆଂଚଳିକ ଭାଷାରେ ଶିକ୍ଷାଦାନ କରାଯିବ । ଗୋଟିଏ ଶ୍ରେଣୀ, ଗୋଟିଏ ଟିଭି ଚ୍ୟାନେଲରେ ପାଠାପଢା ହେବ । ଏହାସହ ୨ଲକ୍ଷ ଅତ୍ୟାଧୁନିକ ଅଙ୍ଗନୱାଡ଼ି କେନ୍ଦ୍ର ତିଆରି ହେବ । ଶିକ୍ଷା ଭଳି ସ୍ୱାସ୍ଥ୍ୟ ଭିତିଭୁମିକୁ ମଜଭୁତ କରିବାକୁ ସରକାର ଚେଷ୍ଟା କରିଛନ୍ତି । ମହିଳାଙ୍କ ଓ ଶିଶୁଙ୍କ ପାଇଁ ପୋଷଣ ୨.୦ ଯୋଜନା କରାଯାଇଛି ।