କୁନି ପିଲାଙ୍କୁ ପାଠ ପଢାଇବାକୁ ପ୍ରୟାସ : ବଣ୍ଡା ଘାଟିରେ ଶିକ୍ଷାର ଆଲୋକ ଦେଖାଉଛନ୍ତି ଶିକ୍ଷିତ ଯୁବକ ଯୁବତୀ

Advertisment
କୁନି ପିଲାଙ୍କୁ ପାଠ ପଢାଇବାକୁ ପ୍ରୟାସ : ବଣ୍ଡା ଘାଟିରେ ଶିକ୍ଷାର ଆଲୋକ ଦେଖାଉଛନ୍ତି ଶିକ୍ଷିତ ଯୁବକ ଯୁବତୀ

କନକ ବ୍ୟୁରୋ : ବଣ୍ଡା ଘାଟିରେ ଶୀକ୍ଷାର ଆଲୋକ ଦେଖାଉଛନ୍ତି ଶିକ୍ଷିତ ଯୁବକ ଯୁବତୀ । ଏଠି ଶିକ୍ଷକ ଶିକ୍ଷୟତ୍ରୀ ନୁହେଁ ଗାଁ ଗଣ୍ଡାର ଶିକ୍ଷିତ ଯୁବକ ଯୁବତୀ ପିଲାଙ୍କୁ ପଢାଉଛନ୍ତି । କରୋନା କଟକଣା ପାଇଁ ସ୍କୁଲ ବନ୍ଦ ରହିଥିବା ବେଳେ ଘାଟିର କୁନି କୁନି ପିଲା ଶିକ୍ଷା ଅଭାବରୁ ପାଠ ମଧ୍ୟ ପାଶୋରି ଗଲେଣି । ଏପରି ସ୍ଥିତିରେ ଘାଟିର କୁନି କୁନି ପିଲାଙ୍କୁ ଖୋଲା ଆକାଶ ତଳେ ଗଛ ତଳେ ପାଠ ପଢାଉଛନ୍ତି ଶିକ୍ଷିତ ଯୁବକ ଯୁବତି ।

ମାଲାକାନାଗିର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରୁ ଆସିଛି ଏପରି ନିଆରା ଚିତ୍ର । ଗାଁର ନିଷ୍ପତି କ୍ରମେ ବଣ୍ଡା ଯୁବତୀ ଯୁବକ ପିଲାମାନଙ୍କ ପାଠ ପଢାଇବା ଦାୟିତ୍ୱ ନେଇଛନ୍ତି । ଅଲଗା ଅଲଗା ସ୍ଥାନରେ କୁନି ପିଲାମାନଙ୍କୁ ବସାଇ ପାଠ ପଢାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଯାହାଦ୍ୱାରା ବଣ୍ଡାଘାଟିର ପିଲାମାନେ ଉପକୃତ ହୋଇପାରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe