ଏଟି ଚିଟଫଣ୍ଡ ଲିଙ୍କ ମାମଲାରେ ଇଡିର ତନାଘନା । ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭାର ମୁଖ୍ୟ ବିକାଶ ସ୍ୱାଇଁଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ ।

264

କନକ ବ୍ୟୁରୋ: ପୁଣି ଖୋଲିଲା ଅର୍ଥତତ୍ତ୍ୱ ଚିଟଫଣ୍ଡ ଲିଙ୍କ ମାମଲା । ଦୈନିକ ଖବରକାଗଜର ମୁଖ୍ୟ ବିକାଶ ସ୍ୱାଇଁଙ୍କ ଘରେ ଓ କାର୍ଯ୍ୟାଳୟରେ ପ୍ରବର୍ତନ ନିର୍ଦେଶାଳୟର ଚଢ଼ାଉ । ଭୁବନେଶ୍ୱରର ୫ଟି ସ୍ଥାନରେ ଚାଲିଛି ରେଡ୍ । ସେପଟେ ବରପଦା ଇଂଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ମଧ୍ୟ ଚଢ଼ାଉ କରୁଛି ପ୍ରବର୍ତନ ନିର୍ଦେଶାଳୟ । ବୁବୁ ଧୀରଙ୍କ ଘରେ ଚଢ଼ାଉ ଚାଲିଥିବା ବେଳେ ସେ ତଦନ୍ତରେ ସହଯୋଗ କରୁ ନଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଆଜି ପୁଣି ହାଜର ହୋଇପାରନ୍ତି ପ୍ରୟାସକାନ୍ତି ସାମଲ