କମିବ ଖାଇବା ତେଲ ଦର। ପୂଜା ମାହୋଲରେ କେନ୍ଦ୍ର ସରକାରଙ୍କ ବଡ ଘୋଷଣା

789
କନକ ବ୍ୟୁରୋ: ପୂଜା ମାହୋଲରେ ସରକାରଙ୍କ ଘୋଷଣା ଖାଉଟିଙ୍କୁ ଆଶ୍ୱସ୍ତ କରିଛି । ଖାଇବା ତେଲର ଦାମ କମିବା ନେଇ ସରକାରଙ୍କ ଘୋଷଣା ପରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ମିଳିଛି । ଖାଇବା ତେଲ ଉପରୁ କୃଷି କର ଓ କଷ୍ଟମ୍ ଡ୍ୟୁଟି  ଉଠିଯିବା ପରେ ଖାଇବା ତେଲ ଦର ୧୫ଟଙ୍କା ଯାଏଁ ହ୍ରାସ ପାଇବ ବୋଲି ସୂଚନା ରହିଛି ।
ବର୍ତ୍ତମାନ ପେଟ୍ରୋଲ ଦର ବୃଦ୍ଧି ସାଙ୍ଗକୁ ଖାଦ୍ୟ ଦରଦାମ ବୃଦ୍ଧି ଘଟଣାକୁ ନେଇ ଲୋକେ ଚିନ୍ତାରେ ଥିବାବେଳେ ସରକାରଙ୍କ ଘୋଷଣା ସାମାନ୍ୟ ଆଶ୍ୱସ୍ତି ଆଣିଛି । ଖାଇବା ତେଲ ଉପରୁ ଟିକସ୍ ଉଠାଇବା ପରେ ଏହାର ଦର ୧୫ ଟଙ୍କା ପର୍ଯ୍ୟନ୍ତ  କମିବ ବୋଲି ଘୋଷଣା ହୋଇଛି । ଏହାକୁ ଆକ୍ଟୋବର ୧୪ ତାରିଖ ଠାରୁ ଲାଗୁ କରାଯିବ । ଏହି କମ ଦରକୁ ୨୦୨୨ ମାର୍ଚ୍ଚ ୩୧ ଯାଏଁ ବଳବତ୍ତର ରଖାଯିବ ବୋଲି ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ର କେନ୍ଦ୍ରୀୟ ବୋର୍ଡ (ସିବିଆଇସି) ସୂଚନା ଦେଇଛି ।