ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଇଡିସିଆଇଏଲର ସ୍ପଷ୍ଟୀକରଣ । ଅଧିକାରୀ କହିଲେ , ‘ଯାହା କିଛି ସମସ୍ୟା ହୋଇଛି ଓସେପା ତରଫରୁ ହୋଇଛି’ ।

266

କନକ ବ୍ୟୁରୋ: ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଆସିଥିବା ଅଭିଯୋଗ ନେଇ ଇଡିସିଆଇଏଲ ଆଜି ସ୍ପଷ୍ଟୀକରଣ ରଖିଛି । ସ୍ପଷ୍ଟୀକରଣରେ ନିଜ ଉପରୁ ଦୋଷ ଛଡାଇଛି ସଂସ୍ଥା । ଶିକ୍ଷକ ନିଯୁକ୍ତି ନେଇ ଆସିଥିବା ଅଭିଯୋଗରେ ଇଡିସିଆଇଏଲର କୌଣସି ଭୂମିକା ନଥିବା ଦର୍ଶାଇଛି ।

ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଇଡିସିଆଇଏଲ କହିଛି ଯେ, ଇଡିସିଆଇଏଲ ଓଡିଶା ସରକାରଙ୍କ ଓସେପା ସହ କନିଷ୍ଠ ନିଯୁକ୍ତି ପାଇଁ ଅଗଷ୍ଟ ୨୨, ୨୦୨୩ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ସିବିଟି ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲା ଓ ପରୀକ୍ଷା ଆୟୋଜନ କରିଥିଲା । ନିୟମ, ସର୍ତ୍ତାବଳୀ ଓ ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀଙ୍କ ଚୟନ କରି ମେରିଟ୍ ତାଲିକା ଓଡିଶା ସରକାରଙ୍କ ଅଧୀନ ଓସେପାକୁ ଦିଆଯାଇଥିଲା । ଓସେପାର ନିର୍ଧାରିତ ପ୍ରକ୍ରିୟା ଅନୁସାରେ ସବୁ ପ୍ରକାର ଅଭିଯୋଗର ସମାଧାନ କରାଯାଇଥିଲା । ସିବିଟି ପରୀକ୍ଷା ପରେ ଇଡିସିଆଇଏଲ ୨୨ ଅଗଷ୍ଟ, ୨୦୨୩ରେ ରେଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ ଅନୁସାରେ ପରୀକ୍ଷାଫଳ ପ୍ରସ୍ତୁତ କରିଥିଲା ଓ ଏମଓୟୁ ଆଧାରରେ ଓସେପାର ଅଧିକାରପ୍ରାପ୍ତ ନିଯୁକ୍ତି ଅଧିକାରୀଙ୍କୁ ଦିଆଯାଇଥିଲା । କମ୍ବାଇନଡ ଲିଷ୍ଟ ଓସେପାକୁ ୧୩ ଜାନୁଆରୀରେ ଦିଆଯାଇଥିଲା ଓ ୧୫ ଜାନୁଆରୀରେ ମେରିଷ୍ଟ ଲିଷ୍ଟ ଓସେପାକୁ ଦିଆଯାଇଥିଲା । ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ତରଫରୁ ସମସ୍ୟା ରହିଥିବା ସ୍ପଷ୍ଟୀକରଣ ଦେଇଛି ଇଡିସିଆଇଏଲ ।