କନକ ବ୍ୟୁରୋ: ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କମିସନରେଟ ପୁଲିସ ପରେ ଏହି ଚର୍ଚ୍ଚିତ ମାମଲାରେ ଇଡିର ଏଂଟ୍ରି ହେବାକୁ ଯାଉଛି । ଭୁବନେଶ୍ୱର ଡିସିପିଙ୍କୁ ଅର୍ଚ୍ଚନାଙ୍କ ବିରୋଧରେ ହୋଇଥିବା ଏଫଆଇର କପି ଇଡି ମାଗିଥିବା ସୂଚନା ମିଳିଛି । ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ କରିବ ଇଡ଼ି । ସେକ୍ସେଟୋର୍ସନ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଅଛି ଅର୍ଚ୍ଚନା ନାଗ । ତେବେ ଅର୍ଚ୍ଚନା ଗିରଫ ହେବାର ୧୫ ଦିନ ପରେ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା ପୁଲିସ ।
ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଡିସିପିଙ୍କୁ ଏଫଆଇଆର କପି ମାଗିଲା ଇଡି।
/kanak/media/post_attachments/wp-content/uploads/2022/10/Archana-Jagabandhu-e1666080555669-1200x720-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)