କନକ ବ୍ୟୁରୋ: ରାଜ୍ୟରେ ନକଲି କୋଭିଡ଼ ମେଡ଼ିସିନ୍ କାରବାର ପ୍ରସଙ୍ଗରେ ତଦନ୍ତ କରିବ ଇଡ଼ି । ଇଡ଼ି ନଜରରେ ରହିଛି ମେଡ଼ିଲଏଡ଼ ମେଡ଼ିକାମେଣ୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥା । ତେବେ ନୋଏଡ଼ା ସମେତ ଅନ୍ୟ ସ୍ଥାନରେ ଲିଙ୍କ ଥିବା ନେଇ ତଦନ୍ତ କରିବ ଇଡ଼ି । ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନା ଏବଂ ତାଙ୍କ ପତ୍ନୀଙ୍କୁ ନେଇ ସନ୍ଦେହ ବଢୁଛି । ତେଣୁ ମନି ଲଣ୍ଡରିଂ ଖୋଳତାଡ଼ କରିବ ଇଡ଼ି ।

Advertisment

କିଛି ଦିନ ତଳେ ମୁଖ୍ୟ ଅଭିଯୁକ୍ତ ତଥା ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶିବ ଜେନାକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଅଭିଯୋଗ ଓ ପ୍ରମାଣ ଆଧାରରେ ଶିବଙ୍କ ପତ୍ନୀ ତଥା ମେଡିଲଏଡ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଓ କମ୍ପାନୀ ଅନ୍ୟ ଦୁଇ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ଗୋଟିଏ ଷ୍ଟ୍ରିଫ୍ ଫାଭି-ମାକ୍ସ ଔଷଧକୁ ମାତ୍ର ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ଓଡିଶାରେ ବିକ୍ରି କରିବାକୁ ଯୋଜନା କରିଥିଲା ମେଡିଲଏଡ କମ୍ପାନୀ ।