ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ଇଡି: ରିମାଣ୍ଡ ପାଇଁ ଅନୁମତି ଦେଲେ କୋର୍ଟ

61

କନକ ବ୍ୟୁରୋ: ଦ୍ୱିତୀୟ ଥର ପାଇଁ କୋର୍ଟରେ ହାଜର ହେବା ବେଳେ ଅର୍ଚ୍ଚନାଙ୍କୁ ଘେରି ଯାଇଥିଲେ ସାମ୍ବାଦିକ । ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରିଚାଲିଲେ । ତେବେ ଗଣମାଧ୍ୟମର ପ୍ରଶ୍ନ ବାଣରେ ବିଚଳିତ ନହୋଇ ଉତର ରଖିଲେ ଅର୍ଚନା ନାଗ । ସେ କାହାଠାରୁ ପଇସା ନେଇ ନାହାନ୍ତି , ବରଂ ତାଙ୍କୁ ଫଶାଇ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ସାମ୍ବାଦିକଙ୍କ ଅନେକ ପ୍ରଶ୍ନକୁ ଏଡାଇଲାବେଳେ ଓଲଟା ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଅର୍ଚନା । ସାମ୍ବାଦିକଙ୍କ ଆଗରେ ମୁହଁ ଟାଣ କରି କଥା କହୁଥିବା ଅର୍ଚନା କୋର୍ଟ ଭିତରେ ଜଜଙ୍କ ସାମ୍ନାରେ କାନ୍ଦିଥିବାବେଳେ ତାଙ୍କୁ କହିବାକୁ ସୁଯୋଗ ଦିଆଯାଉ ବୋଲି ଅନୁରୋଧ କରିଥିଲେ ।

ଏହି ବହୁ ଚର୍ଚିତ ମାମଲାରେ ଅନୈତିକ ଟଙ୍କା କାରବାରର ଖୋଲତାଡ କରୁଛି ପ୍ରବର୍ତନ ନିର୍ଦେଶାଳୟ । ଏହି ମାମଲାରେ ବର୍ତମାନ ସୁଧା ୯ ଜଣଙ୍କୁ ଜେରା କରିସାରିଲାଣି ଇଡି । ତେବେ ଏହି କାହାଣୀର ମୁଖ୍ୟ କାର୍ପଟଦାର ଅର୍ଚନା ନାଗଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରିବ ଇଡି । ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । କୁହାଯାଉଛି, ଜେରା ପରେ ଖୋଲିପାରେ ଅନେକ ଭଦ୍ର ଲୋକଙ୍କ ଅସଲ ମୁଖା

ଇଡିର ଜେରା ଉପରେ ସଭିଙ୍କ ନଜର ରହିଥିବା ବେଳେ ଅର୍ଚନାଙ୍କ ପାଇଁ ଏଭଳି କିଛି ପ୍ରଶ୍ନ ପଚାରିପାରେ ଇଡି ।
ବିିଳାସପୂର୍ଣ୍ଣ ଘର ତିଆରି ପାଇଁ କେଉଁଠୁ ଆଣିଲେ ଟଙ୍କା?
କାହା ଟଙ୍କାରେ ଚଢୁଥିଲେ ଦାମୀ ଗାଡ଼ି?
ଟଙ୍କା ରୋଜଗାର ପାଇଁ କରୁଥିଲେ କି ବ୍ଲାକମେଲ?
ଅନୈତିକ ଭାବେ କେତେ ଟଙ୍କା କରିଛନ୍ତି ରୋଜଗାର?
ବ୍ଲାକମେଲିଂ ତାଲିକାରେ ଆଉ କେତେ ଜଣଙ୍କ ନାଁ ରହିଛି?
ଟଙ୍କା ନେଣ-ଦେଣ ପ୍ରକ୍ରିୟାରେ ଆଉ କିଏ କିଏ ସାମିଲ ଅଛନ୍ତି?

ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ଆକାଉଣଂଟରୁ ଲକ୍ଷାଧିକ ଟଙ୍କା ଆସିଛି ଅର୍ଚନା ଓ ତାଙ୍କ ସ୍ୱାମୀଙ୍କ ଆକାଉଂଟକୁ । ଟଙ୍କା ଆସିବାର ୩ରୁ ୪ ଦିନ ଭିତରେ ଆକାଉଂଟକୁ ଅଚଳ କରିଦିଆଯାଇଥିବା ଜାଣିବାକୁ ମିଳିଛି । ଏଥିସହ ନଗଦ ଆକାରରେ କୋଟି କୋଟି ଟଙ୍କା କାରବାର ହୋଇଥିବା ସୁରାଗ ପାଇଛି ଇଡି । ତେବେ ରିମାଣ୍ଡ ଅବଧି ଭିତରେ ଟଙ୍କା ଲେଣ ଦେଣର ସମସ୍ତ ଉତ୍ସକୁ ଖୋଜିବ ଇଡି ।