ମନି ଲଣ୍ଡରିଂ ମାମଲା : ଆଜି ଦିଲ୍ଲୀ ସ୍ଥିତ ଇଡି ଅଫିସରେ ହାଜର ହୋଇ ସମନର ଜବାବ ରଖିବେ ଜ୍ୟାକଲିନ୍ ଫର୍ଣ୍ଣାଡିଜ

ଠକେଇ ଅଭିଯୋଗରେ ଗିରଫ ହୋଇଥିବା ସୁରଶ ପାଖରୁ ଜ୍ୟାକଲିନ ଦାମୀ ଉପହାର ନେଇଥିବା ଦାବି କରିଛି ଇଡି

76

କନକ ବ୍ୟୁରୋ : ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କୁ ସମନ କଲା ଇଡି । ଦିଲ୍ଲୀର ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି ଅଫିସରେ ଆସନ୍ତାକାଲି ହାଜର ହେବାକୁ ଇଡି କହିଛି । ରବିବାର ଜ୍ୟାକଲିନ ବିଦେଶ ଗସ୍ତରେ ଯିବା ପାଇଁ ମୁମ୍ବାଇ ବିମାନ ବନ୍ଦରରେ ପହଂଚିଥିଲେ । ହେଲେ ଇଡି ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିବାରୁ ବିମାନ ବନ୍ଦର କତୃପକ୍ଷ ତାଙ୍କୁ ଅଟକାଇଥିଲେ । ପରେ ତାଙ୍କୁ ଛାଡି ଦିଆଯାଇଥିଲା । ହେଲେ ଇଡି ଆଗରେ ହାଜର ହେବାକୁ କୁହାଯାଇଥିଲା ।

୨୦୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ତିହାର ଜେଲରେ ସୁକେଶ ଚନ୍ଦ୍ରଶେଖର ନାମକ ଜଣେ ବ୍ୟକ୍ତି ଅଛନ୍ତିି । ଏହି ମାମଲାରେ ଇଡି ଏକ ଚାର୍ଜଶିଟ୍ ଦାଖଲ ହୋଇଛି । ଯେଉଁଥିରେ ଇଡି କହିଛି ସୁରେଶ ଏବଂ ଅନ୍ୟମାନେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ପାଖରୁ ୨୦୦ କୋଟି ଟଂକା ବେଆଇନ ଭାବରେ ଆଦାୟ କରିଛନ୍ତି । ଆଉ ସୁକେଶଙ୍କ ବ୍ୟାଙ୍କ ଆକାଉଂଟରୁ ଅନେକ ଉପହାର ଜ୍ୟାକଲିନଙ୍କ ଆକାଉଂଟକୁ ଯାଇଛି । ପାଖାପାଖି ୧୦ କୋଟି ଟଙ୍କାର ଉପହାର ଜ୍ୟାକଲିନ ନେଇଥିବା ଜଣାପଡିଛି ।

ସେହିପରି ଅନ୍ୟତମ ବଲିଉଡ ଅଭିନେତ୍ରୀ ନୁରା ଫତେହି ମଧ୍ୟ ସୁରେଶଙ୍କ ଠାରୁ ଦାମୀ ଉପହାର ଗ୍ରହଣ କରିଥିବା ସୂଚନା ରହିଛି । ଯେଉଁଥିରେ ବିଏମଡବଲ୍ୟୁ କାର ଏବଂ ଆଇ ଫୋନ୍ ମୋବାଇଲ ରହିଛି । ଗତ ମାସରେ ଦୁଇ ଅଭିନେତ୍ରୀଙ୍କୁ ଇଡି ଏକା ସାଙ୍ଗରେ ସମନ କରିଥିଲା । ତେବେ ଦୁଇ ଅଭିନେତ୍ରୀ ତାଙ୍କ ପ୍ରତିନିଧିଙ୍କ ଜରିଆରେ କହିଛନ୍ତି ତାଙ୍କୁ ସାକ୍ଷୀ ଭାବରେ ହାଜର ହେବାକୁ ସମନ ହୋଇଛି ।