ବାରମ୍ବାର ନୋଟିସ ପରେ ବି ଇଡିରେ ହଜାର ହେଲେନାହିଁ ହେମନ୍ତ ସୋରେନ । ଏବେ ହେମନ୍ତଙ୍କ ବାସଭବନରେ ପହଂଚି ଜେରା କରୁଛି ଇଡି

120

କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି । କଥିତ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିବାକୁ ରାଞ୍ଚୀରେ ଥିବା ତାଙ୍କ ବାସଭବନରେ ପହଂଚି ଜେରା କରିଛି । ରାଞ୍ଚୀର ବରିଷ୍ଠ ପୋଲିସ ଅଧିକ୍ଷକ ଚନ୍ଦନ କୁମାର ସିହ୍ନାଙ୍କ କହିବା ମୁତାବକ ହେମନ୍ତଙ୍କ ବାସଭବନ ବାହାରେ ୧ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି ।

ଋାଞ୍ଚୀ ପ୍ରଶାସନ ତରଫରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି । ଇଡି ତରଫରୁ ଜାନୁଆରୀ ୧୩ ତାରିଖରେ ହେମନ୍ତ ସୋରେନଙ୍କୁ ଏକ ନୋଟିସ କରିଥିଲା । ଏଥିରେ କୁହାଯାଇଥିଲା କି, ଜାନୁଆରୀ ୧୬ ରୁ ୨୦ ତାରିଖ ମଧ୍ୟରେ ତାଙ୍କୁ ଜେରା କରିବାକୁ ଇଡି ଅଧିକାରୀମାନେ ବାସଭବନରେ ପହଂଚିବେ । ଏହାର ଜବାବରେ ସୋରେନ କହିଥିଲେ କି ୨୦ ତାରିଖରେ ତାଙ୍କ ବାସଭବନରେ ପହଂଚି ତାଙ୍କ ବୟାନ ରେକର୍ଡ କରିପାରିବେ ।