କନକ ବ୍ୟୁରୋ: ମୁହାଁମୁହିଁ ଜେରା ହେବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ । ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ବସାଇ ଜେରା କରିବ ଇଡି । ଅର୍ଚ୍ଚନାଙ୍କୁ ୬ଦିନ ଓ ଜଗବନ୍ଧୁଙ୍କୁ ୯ଦିନ ରିମାଣ୍ଡରେ ନେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି ଇଡି । ସେହିପରି ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ନାଁରେ ମନିଲଣ୍ଡ୍ରିଂ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । ବେଆଇନ ଭାବେ ଅର୍ଥ କାରବାରର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପୂର୍ବରୁ ଅର୍ଚ୍ଚନାଙ୍କ ବିରୋଧରେ କମିଶନରେଟ୍ ପୋଲିସର ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ପୋଲିସ ମାମଲା ରୁଜୁ କରିଥିଲା ।
ମୁହାଁମହିଁ ହେବେ ପତି-ପତ୍ନୀ
- ମୁହାଁମୁହିଁ ଜେରା ହେବେ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ
- ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ବସାଇ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
- ଅର୍ଚ୍ଚନାଙ୍କୁ ୬ ଦିନ ଓ ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେଇଛି ଇଡି
- ଅର୍ଚ୍ଚନାଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି ଇଡି
- ଅର୍ଚ୍ଚନାଙ୍କ ନାଁରେ ମନିଲଣ୍ଡରିଂ ଆକ୍ଟରରେ ମାମଲା ରୁଜୁ ହୋଇଛି
- ବେଆଇନ ଭାବେ ଅର୍ଥ କାରବାରର ପ୍ରମାଣ ମିଳିବା ପରେ ମାମଲା
- ପୂର୍ବରୁ ଖଣ୍ଡଗିରି ଓ ନୟାପଲ୍ଲୀ ଥାନା ପୋଲିସ ମାମଲା ରୁଜୁ କରିଥିଲା
କ’ଣ ଖୁଲିବେ ଗୁମର?
- ଅର୍ଚ୍ଚନାଙ୍କୁ ପ୍ରଥମେ ୭ ଦିନିଆ ରିମାଣ୍ଡରେ ନେଇଥିଲା ଇଡି
- ୩୦ ମିନିଟ୍ ଦେଲେ ଅନେକ ଗୁମର ଖୋଲିବେ କହିଥିଲେ
- ୭ ଦିନ ରିମାଣ୍ଡରେ ଇଡିକୁ ୭ ପଦ ବି କହିନଥିବା ସୂଚନା
- ଏବେ ପୁଣି ୬ ଦିନିଆ ରିମାଣ୍ଡରେ ନେଇଛି ଇଡି
- ସ୍ୱାମୀ-ସ୍ତ୍ରୀ ଏକାଠି ଜେରା ବେଳେ ଅନେକ ଗୁମର ଖୋଲିପାରେ
- ଇଡି ଆଗରେ କ’ଣ କହିବେ ଅର୍ଚ୍ଚନା ଓ ଜଗବନ୍ଧୁ ତା ଉପରେ ନଜର
- ମୁହଁ ନଖୋଲି କାହାକୁ ବଂଚାଇବାକୁ ଚାହୁଁଛନ୍ତି ଅର୍ଚ୍ଚନା?
- ସ୍ୱାମୀ-ସ୍ତ୍ରୀଙ୍କୁ ରିମାଣ୍ଡରେ ନେଇ କେଉଁ ତଥ୍ୟ ହାସଲ କରିବାକୁ ଚାହୁଁଛି ଇଡି?
Follow Us