ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ଚିଦାମ୍ବରମ୍ । ଚିଦାମ୍ବରମଙ୍କ ଘରେ ପଶିଲା ସିବିଆଇ ।

ତିହାର ଜେଲରୁ ମୋଦିଙ୍କୁ ଟାର୍ଗେଟ କଲେ ପୂର୍ବତନ ଅର୍ଥମନ୍ତ୍ରୀ । କହିଲେ ବେରୋଜଗାର,ଚାକିରି ସଙ୍କଟ ,ଭିଡ଼ତନ୍ତ୍ର ହତ୍ୟାକୁ ଛାଡିଦେଲେ ସବୁ ଭଲ ଅଛି

The Indian Express

କନକ ବ୍ୟୁରୋ : ଯେକୌଣସି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରିପାରେ । ତାଙ୍କୁ ଗିରଫ କରିବା ଲାଗି ସିବିଆଇ ୨ଟି ଟିମ ଓ ଇଡିର ଗୋଟିଏ ଟିମ ପାଚେରୀ ଡେଇଁ ଚିଦାମ୍ବରମଙ୍କ ଜୋରବାଗସ୍ଥିତ ବାସଭବନରେ ପ୍ରବେଶ କରିଛି । ତେବେ ଉକ୍ତ ସ୍ଥାନକୁ କଂଗ୍ରେସ କର୍ମୀମାନେ ଘେରିରହିଥିବାରୁ ,ସେଠାରେ ଦିଲ୍ଲୀ ପୁଲିସର ଏକ ଟିମ ପହଞ୍ଚିଛି ।

publive-imageଏହା ପୂର୍ବରୁ ଏକ ନାଟକୀୟ ଘଟଣାକ୍ରମରେ ଗତ କାଲିଠାରୁ ନିଖୋଜ ଥିବା ଚିଦାମ୍ବରମ କଂଗ୍ରେସ (ଏଆଇସିସି) ମୁଖ୍ୟାଳୟରେ ପହଞ୍ଚି ଗଣମାଧ୍ୟମକୁ କହିଥିଲେ ଯେ ସେ କୌଣସି ବେଆଇନ କାର୍ଯ୍ୟ କରିନାହାନ୍ତି । ସିବିଆଇ ଏଫଆଇର ଓ ଚାର୍ଜସିଟରେ ତାଙ୍କ ନାଁ ମଧ୍ୟ ନାହିଁ । ସେ କହିଥିଲେ ଯେ ହାଇକୋର୍ଟ ଗତ ୧୩-୧୫ ମାସ ଧରି ତାଙ୍କୁ ସୁରକ୍ଷା ଦେଇଥିଲେ । ଏବେ ପ୍ରାୟ ୭ ମାସ ପରେ ତାଙ୍କର ଅଗ୍ରୀମ ଜାମିନ ଆବେଦନକୁ ବାତିଲ କରିଦେଇଛନ୍ତି । ଫେରାର ଥିବା ଅଭିଯୋଗକୁ ସେ ଖଣ୍ଡନ କରି କହିଥିଲେ ଯେ ସେ ଆଇନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି । ସେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ସେ ମାନିବେ ଓ ଏଥିପାଇଁ ଶୁକ୍ରବାର ପର୍ଯ୍ୟନ୍ତ ଅପେକ୍ଷା କରିବେ । ଏତିିକି କହିବା ପରେ ସେ ନିଜ ବାସଭବନକୁ ପଳେଇଯାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe