କନକ ବ୍ୟୁରୋ : ଆତ୍ମଘୋଷିତ ବାବା ସାରଥୀଙ୍କ କେନ୍ଦ୍ରାପଡା ସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଶ୍ରମରେ ପହଞ୍ଚିଛନ୍ତି ଇଡିର ୪ ଜଣିଆ ଟିମ୍ । ମିଳିଥିବା ସୂଚନା ଅନୁସାରେ, ସାରଥୀଙ୍କ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଲଗାଯାଇଛି । ତେବେ ନୋଟିସରେ ବାରିମୂଳ ଆଶ୍ରମକୁ ଅନଧିକୃତ ପ୍ରବେଶ ବାରଣ ନେଇ ଉଲ୍ଲେଖ କରାଯାଇଛି । ଏହା ସହ ଇଡି ଟିମ୍ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ବେଆଇନ୍ ସମ୍ପତ୍ତିର ତଦନ୍ତ କରୁଥିବା ମଧ୍ୟ ସୂଚନା ମିଳିଛି ।
ଗତ ଗୁରୁବାର ଦିନ ସନ୍ଧ୍ୟାରେ କଟକ ଚୌଦ୍ୱାର ଜେଲରୁ ମୁକୁଳିଥିଲେ ଆତ୍ମଘୋଷିତ ବାବା ସାରଥୀ ଓରଫ ସନ୍ତୋଷ ରାଉଳ । ହାଇକୋର୍ଟରୁ ଜାମିନ ମିଳିବା ପରେ ମୁକୁଳିଥିଲେ ସାରଥୀ । ତେବେ ଜାମିନ ସହ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ହାଇକୋର୍ଟ । ଆଉ ଏହି ସର୍ତ୍ତ ଅନୁଯାୟୀ, କେନ୍ଦ୍ରାପଡାସ୍ଥିତ ବାରିମୂଳ ଆଶ୍ରମକୁ ଯାଇପାରିବେ ନାହିଁ ସାରଥୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/ED-2.jpg)