ଅଡୁଆରେ ଅଭିନେତା ପ୍ରକାଶ ରାଜ । ତାମିଲନାଡୁ ପ୍ରଣବ ଜୁଏଲରୀ ସ୍କାମ ମାମଲାରେ ପ୍ରକାଶଙ୍କୁ ଇଡିର ସମନ

ଅଡୁଆରେ ଅଭିନେତା ପ୍ରକାଶ ରାଜ । ତାମିଲନାଡୁ ପ୍ରଣବ ଜୁଏଲରୀ ସ୍କାମ ମାମଲାରେ ପ୍ରକାଶଙ୍କୁ ଇଡିର ସମନ

କନକ ବ୍ୟୁରୋ : ବଢିଲା ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ । ପୁଞ୍ଜି ସ୍କିମ ଠକେଇ ମାମଲାରେ ପ୍ରକାଶ ରାଜଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି । ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ହାଜର ହେବାକୁ ପ୍ରକାଶଙ୍କୁ ନୋଟିସ ଜାରି କରିଛି ଇଡି । ପ୍ରଣବ ଜୁଏଲର୍ସ ସଂସ୍ଥା ଦ୍ୱାରା ପରିଚାଳିତ ପୁଞ୍ଜି ସ୍କିମକୁ ପ୍ରକାଶ ରାଜ ପ୍ରଚାର କରିଥିବା ବେଳେ ଏଥିରେ ପ୍ରକାଶ ରାଜଙ୍କର ସେୟାର ଥିବା ମଧ୍ୟ ଇଓଡବ୍ଲ୍ୟୁ, ଟ୍ରାଇରେ ଦାଖଲ କରିଥିବା ରିର୍ପୋଟରେ ଉଲ୍ଲେଖ କରିଥିଲା । ଏହି ରିପୋର୍ଟ ଆଧାରରେ ପ୍ରକାଶଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ଇଡି ପକ୍ଷରୁ ସମନ ଜାରି କରାଯାଇଛି । ପୁଞ୍ଜି ସ୍କିମରେ ପ୍ରଣବ ଜୁଏଲର୍ସ ପାଖାପାଖି ୧୦୦କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe