ଗିରଫ ହେବେ କି ଟିଏମସି ନେତ୍ରୀ ମହୁଆ ମୋଇତ୍ରା । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଇଡି ପଠାଇଲା ନୋଟିସ

84

କନକ ବ୍ୟୁରୋ : ଟିଏମସି ନେତ୍ରୀ ମହୁଆ ମୋଇତ୍ରା ଓ ଦର୍ଶନ ହିରାନନ୍ଦାନୀଙ୍କୁ ଇଡି ନୋଟିସ କରିଛି । ଏହି ଦୁଇଜଣଙ୍କୁ ମାର୍ଚ୍ଚ ୨୮ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ କରାଯାଇଛି । ଏହା ପୂର୍ବରୁ ‘ଫେମା’ ମାମଲାରେ ପଚରା ଉଚରା ପାଇଁ ହୀରାନନ୍ଦାନୀ ଗ୍ରୁପର ପ୍ରମୋଟର୍ସ ନିରଞ୍ଜନ ହୀରାନନ୍ଦାନୀ ଓ ତାଙ୍କ ପୁଅ ଦର୍ଶନ ହୀରାନନ୍ଦାନୀଙ୍କୁ ଫେବୃଆରୀ ମାସରେ ଇଡି ନୋଟିସ କରିଥିଲା । ଏହାକୁ ନେଇ ହୀରାନନ୍ଦାନୀ କହିଛନ୍ତି କି ତାଙ୍କ ଉପରେ ଫେମା ମାମଲାରେ ୧୬ ବର୍ଷ ତଳେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ ତାଙ୍କୁ ୪୨ ଥର ଜେରା କରାଗଲାଣି ।

ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ଉପରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ପରାମର୍ଶରେ ସଂସଦରେ ପ୍ରଶ୍ନ ପଚାରିବା ନେଇ ବିଜେପି ତରଫରୁ ଅଭିଯୋଗ ହୋଇଥିଲା । ଏଥିରେ କୁହାଯାଇଥିଲା କି ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରୁଥିଲା ମହୁଆ ।