ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡି ସମନ । ଶୁକ୍ରବାର ବୈଭବଙ୍କୁ ହାଜର ହେବାକୁ ନୋଟିସ ।

107

କନକ ବ୍ୟୁରୋ: ବିଧାନସଭା ନିର୍ବାଚନକୁ ସପ୍ତାହେ ବାକି ଅଛି । ଆଉ ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ ଇଡିର ସମନ୍ । ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କ ଇଡି ସମନ କରିଛି । ନିଜେ ଅଶୋକ ଗେହଲଟ ଟ୍ୱିଟ୍ କରିବା ପରେ ଏହି ସୂଚନା ମିଳିଛି ।

ଗେହଲଟ କହିଛନ୍ତି, ରାଜ୍ୟରେ ମହିଳା, ଚାଷୀ ଏବଂ ଗରିବଙ୍କୁ ଲାଭ ମିଳୁବୋଲି ବିଜେପି ଚାହୁଁନାହିଁ । ତେଣୁ ଇଡିକୁ ବ୍ୟବହାର କରାଯାଉଛି ବୋଲି ଅଶୋକ ଗେହଲଟ ଅଭିଯୋଗ କହିଛନ୍ତି । ରାଜସ୍ଥାନର ଜୟପୁର ହେଉ ଅବା ନୂଆଦିଲ୍ଲୀରେ ଥିବା ଇଡି ଅଫିସରେ ହାଜର ହେବାକୁ ବୈଭବଙ୍କୁ କୁହାଯାଇଛି । ବୈଦେଶିକ ମୁଦ୍ରା ଉଲ୍ଲଂଘନ ଅଭିଯୋଗରେ ଇଡି ସମନ କରିଥିବା ଜଣାପଡିଛି । ନିକଟରେ ଇଡି ରାଜସ୍ଥାନରେ ଏକ ହସ୍ପିଟାଲିଟି ଗ୍ରୁପ ଏବଂ ଏହାର ମାଲିକ ବିରୋଧରେ ରେଡ୍ କରିଥିଲା । ମୋଟ୍ ୩ଟି ଠିକଣାରେ ଇଡି ରେଡ୍ କରି ନଗଦ ୧.୨ କୋଟି ଟଂକା ଜବତ କରିଥିଲା । ସେହିପରି ବିଜେପି ସାଂସଦ କିରୋଡି ଲାଲ ମୀନା ଇଡିରେ ଅଭିଯୋଗ କରିଥିଲେ ଯେ କିଛି ବ୍ୟବସାୟୀ ମୁଖ୍ୟମନ୍ତ୍ରୀଙ୍କ ପୁଅକୁ କଳାଟଂକା ପ୍ରଦାନ କରୁଛନ୍ତି ।