ଅଡୁଆରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ: ଲ୍ୟାଣ୍ଡ ଫର ଜବ ସ୍କାମରେ ଉଭୟଙ୍କୁ ଇଡିର ସମନ

106

କନକ ବ୍ୟୁରୋ: ଲ୍ୟାଣ୍ଡ ଫର ଜବ ସ୍କାମରେ ବଢିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ । ଜେରା ପାଇଁ ଆରଜେଡି ନେତା ଲାଲୁ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପୁଣି ମିଳିଛି ଇଡିର ସମନ । ତେଜସ୍ୱୀ ଯାଦବଙ୍କୁ ୨୨ତାରିଖରେ ଏବଂ ଲାଲୁ ଯାଦବଙ୍କୁ ୨୭ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ୨୦୨୨ ମେ ୧୮ରେ ଜମି ଦୁର୍ନୀତି ମାମଲାରେ ସିବିଆଇ ଲାଲୁଙ୍କ ସମେତ ରାବିଡୀ ଦେବୀ, ମିଶା ଭାରତୀଙ୍କ ସମେତ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିଥିଲା । ୨୦୦୪ରୁ ୨୦୦୯ ମସିହା ମଧ୍ୟରେ ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ସମୟରେ ରେଲୱେର ବିଭିନ୍ନ ବିଭାଗରେ ଚାକିରୀ ଦେବା ବଦଳରେ ଆଶାୟୀଙ୍କ ଠାରୁ ଜମି ନେଇଥିବା ଅଭିଯୋଗ ରହିଛି ଲାଲୁଙ୍କ ପରିବାର ନାଁରେ ।