କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର କ୍ରିକେଟ ଆସୋସିଏସନରେ ଆର୍ଥିକ ଅନିୟମିତତା ମାମଲାରେ ଆକ୍ସନ ମୋଡରେ ଇଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଶ୍ରୀନଗର ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ଏହି ମାମଲାର ଚାର୍ଜସିଟରେ ଫାରୁକଙ୍କ ନାମ ରହିଥିଲା । କ୍ରିକେଟ ଆସୋସିଏସନର ଅର୍ଥକୁ ସେ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଆସୋସିଏସନର କିଛି କାର୍ଯ୍ୟକର୍ତ୍ତା ଏବଂ କିଛି ବ୍ୟକ୍ତିଗତ ଲୋକଙ୍କ ବ୍ୟାଙ୍କ ଆକାଉଁଟକୁ ଟଙ୍କା ପଠାଯାଇଥିଲା । ଆର୍ଥିକ କାରବାରରେ ଅନିୟମିତତାକୁ ନେଇ ଏହାର ତଦନ୍ତ କରୁଛି ଇଡି ।
ଫାରୁକ୍ ଅବଦୁଲ୍ଲାଙ୍କୁ ଇଡି ସମନ୍ । କ୍ରିକେଟ ଆସୋସିଏସନର ଅର୍ଥକୁ ସେ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ।
/kanak/media/post_attachments/wp-content/uploads/2024/01/QT-Farooq-Abdullah.jpg)