କନକ ବ୍ୟୁରୋ: କେଜ୍ରିୱାଲଙ୍କୁ ପୁଣି ସମନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ସମନ ପଠାଇଛି ପ୍ରବର୍ତ୍ତର୍ନ ନିର୍ଦ୍ଦେଶାଳୟ ଇଡି । ଏହା କେଜ୍ରିୱାଲଙ୍କୁ ନବମ ସମନ ହୋଇଥିବା ବେଳେ ଏଥିରେ ତାଙ୍କୁ ମାର୍ଚ୍ଚ ୨୧ରେ ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏହି ନୋଟିସ୍ ପଠାଯାଇଛି ।
ଶନିବାର ଦିଲ୍ଲୀ କୋର୍ଟ ଇଡିର ଅଭିଯୋଗ ଉପରେ କେଜ୍ରିୱାଲଙ୍କୁୁ ଜାମିନ ପ୍ରଦାନ କରିଥିଲେ । ପୂର୍ବରୁ ବାରମ୍ବାର ସମନ ପଠାଇଥିଲେ ବି ଇଡି ପାଖରେ ହାଜର ହୋଇନାହାନ୍ତି କେଜ୍ରିୱାଲ । ଇଡିର ନୋଟିସ୍ ବେଆଇନ୍ ବୋଲି ଆପ୍ କହିଆସିଛି । କେନ୍ଦ୍ରର ମୋଦୀ ସରକାର ହଇରାଣ କରିବାକୁ ଇଡିକୁ ହାତବାରିସି କରିଛି ବୋଲି ଆପ୍ ଅଭିଯୋଗ କରିଆସିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍ ଛନ୍ଦିହୋଇପଡିଛି । ଆପର ବରିଷ୍ଠ ନେତା ମନୀଷ ସିସୋଦିଆ ଜେଲ୍ ଯାଇସାରିଛନ୍ତି । ଏହାସହ ଦଳର ଅନ୍ୟ କିଛି ନେତା ଓ ମନ୍ତ୍ରୀ ମଧ୍ୟ ଗିରଫ ହୋଇସାରିଛନ୍ତି ।