କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଡି ନୋଟିସ ପଠାଇଛି । ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଡି ନୋଟିସ ପଠାଇବା ପରେ ଏହାକୁ ନେଇ ଆଜି ସଂସଦରେ ଜୋରଦାର ହୋ ହାଲ୍ଲା ଦେଖିବାକୁ ମିଳିଛି । ଏନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ଖଡଗେ । ସେ କହିଥିଲେ କି ସଂସଦରେ ଯେତେବେଳେ କେନ୍ଦ୍ର ସରକାର ଜାତୀୟ ଯାଂଚ ଏଜେନ୍ସିଗୁଡିକର ଦୁରୋପଯୋଗ କରୁଥିବା ନେଇ ବିରୋଧୀଦଳମାନେ ଅଭିଯୋ ଆଣୁଛନ୍ତି ଠିକ୍ ସେତିକି ବେଳେ ମୋତେ ଇଡି ନୋଟିସ ପଠାଇବା ସଂଯୋଗ ନା ପ୍ରୟୋଗ ବୋଲି ଖଡଗେ ପ୍ରଶ୍ନ ଉଠାଇଛନ୍ତି । ଠିକ ଏହାର କିଛି ସମୟ ପରେ ରାହୁଲ ଗାନ୍ଧୀଙ୍କ ବୟାନ ଆସିଥିଲା । ରାହୁଲ ଗଣମାଧ୍ୟମକୁ କହିଥିଲେ କି ସେ ନରେନ୍ଦ୍ର ମୋଦୀଙ୍କୁ ଭୟ କରନ୍ତି ନାହିଁ ।

Advertisment

ସୂଚନା ମୁତାବକ ମଲ୍ଲିକାର୍ଜୁନ ଖଡଗେ ସଂସଦରେ ଥିବା ବେଳେ ତାଙ୍କୁ ଇଡିର ନୋଟିସ ଆସିଥିଲା । ଏହି ନୋଟିସରେ ତାଙ୍କୁ ଆଜି ଦିନ ୧୨.୩୦ ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ନେଇ ଖଡଗେ କହିଛନ୍ତି କି, ମୁଁ ଆଇନକୁ ସମ୍ମାନ ଦିଏ ହେଲେ ସଂସଦ ଅଧିବେଶନରେ ଭାଗ ନେଇଥିବା ବେଳେ ଇଡି ଏଭଳି ଭାବେ ନୋଟିସ ପଠାଇବା ଉଚିତ କି, ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ଗତକାଲି ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଘରକୁ ପୋଲିସ ଘେରାବନ୍ଦୀ କରି ରଖିବାକୁ ଖଡଗେ ଗଣତନ୍ତ୍ରର ହତ୍ୟା ବୋଲି ଅଭିହିତ କରିଛନ୍ତି । ଏନେଇ ସେ ରାହୁଲଙ୍କ ଭଳି କହିଛନ୍ତି କି ନା ଆମକୁ ଡରିବାର ଅଛି ନା ମୁଣ୍ଡ ନୁଆଁଇବାର ଅଛି । ଏନେଇ ସଂସଦରେ ଆଲୋଚନା କରାଯାଉ ବୋଲି ଆବେଦନ କରିଥିଲେ ।

କହିରଖୁ କି ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ତରଫରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା କରିସାରିଛି । ଏହାପରେ ଆଜି ଇଡି ତରଫରୁ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟ ପରିସରରେ ଥିବା ୟଙ୍ଗ ଇଣ୍ଡିଆ କାର୍ଯ୍ୟାଳୟ ସିଲ କରିଛି ଇଡି ।