କନକ ବ୍ୟୁରୋ : କେଜ୍ରିୱାଲ ସରକାରରେ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କର ବଢିଲା ଅଡୁଆ । ମିଳିଥିବା ସୂଚନା ମୁତାବକ, ସତ୍ୟେନ୍ଦ୍ରଙ୍କ ସମ୍ପର୍କୀୟଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨.୮୨ କୋଟି ଟଙ୍କା ଓ ଅନେକ ସୁନା ବିସ୍କୁଟ ଜବତ କରିଛି । ଏହି ଚଢାଉ ସମୟରେ ୧୩୩ଟି ସୁନା ବିସ୍କୁଟ ଓ ସୁନା ଟଙ୍କା ଜବତ କରିଛି ଇଡି ।
Enforcement Directorate seized Rs 2.82 crores of cash & 133 gold coins weighing 1.80 kg under PMLA from unexplained sources to be secreted in the premises of Delhi Health Minister Satyendar Jain & his aide during its day-long raid conducted on June 6. Further probe underway: ED pic.twitter.com/wLd8OVQPMl
— ANI (@ANI) June 7, 2022
ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଗତ ମେ’ ୩୦ ତାରିଖରେ ଗିରଫ କରିଛି ଇଡି । ଗିରଫ ପରେ ସତ୍ୟେନ୍ଦ୍ରଙ୍କୁ କୋର୍ଟରେ ହାଜର କରିଥିଲା ଇଡି । ପରେ ୯ ଜୁନ୍ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବାକୁ କୋର୍ଟ ଅନୁମତି ଦେଇଥିଲେ । ଯାଞ୍ଚ ଏଜେନ୍ସିଙ୍କୁ ଭ୍ରୁଆଁ ବୁଲାଇବାକୁ ସତ୍ୟେନ୍ଦ୍ର ପୂର୍ବରୁ ନିଜର ପରିବାରର କିଛି ସଦସ୍ୟଙ୍କୁ ବ୍ୟବହାର କରିଥିଲେ । ଏପରିକି ପରିବାରର ସଦସ୍ୟଙ୍କ ସତ୍ୟେନ୍ଦ୍ରଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ହାସଲ କରିଥିଲେ ।