ପ୍ରଫୁଲ୍ଲଙ୍କ ଘରେ ଇଡି ରେଡ୍ ଘଟଣା । ପୁଅ ପ୍ରୟାସକାନ୍ତିଙ୍କ ଘରୁ ୯ ଲକ୍ଷ ଟଙ୍କା ଓ କାର ଜବତ କଲା ଇଡି ।

ପ୍ରଫୁଲ୍ଲଙ୍କ ଘରେ ଇଡି ରେଡ୍ ଘଟଣା । ପୁଅ ପ୍ରୟାସକାନ୍ତିଙ୍କ ଘରୁ ୯ ଲକ୍ଷ ଟଙ୍କା ଓ କାର ଜବତ କଲା ଇଡି ।

କନକ ବ୍ୟୁରୋ : ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ ଘଟଣା । ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରୁ ୯ ଲକ୍ଷ ଟଙ୍କା ସହ ଫଚ୍ୟୁନର କାର ଜବତ କରିଛି ଇଡି । ।ତେବେ ଜବତ କାରଟି ଲୁଲୁଙ୍କ ନାଁରେ ନାହିଁ । ବରଂ ଜବତ ହୋଇଥିବା କାରଟି ବିଲଡର ସଂସ୍ଥା ନାଁରେ ରହିଛି । ଏହି କାର କିଣାର ଛାନଭିନ୍ କରୁଛି ଇଡି । ଏନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି ।

ଗତକାଲି ୨୦ କୋଟିର ଜମି ଦୁର୍ନୀତି ମାମଲାରେ ରେଡ୍ କରିଥିଲା ଇଡି । କଲେଜ ସହ ଘରେ ରେଡ୍ କରିଥିଲା ଇଡି । ପାଖାପାଖି ୧୦ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଥିଲା । ଆଉ ଆଜି ପ୍ରଫୁଲ୍ଲଙ୍କ ପୁଅଙ୍କ ଘରୁ ୯ ଲକ୍ଷ ଟଙ୍କା ସହ ଏକ କାର ଜବତ କରିଛି ଇଡି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe