ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ କେଜରିୱାଲଙ୍କ ଘରେ ପହଂଚିଲା ଇଡି: ଗିରଫଦାରିରୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡିର କାଯ୍ୟାନୁଷ୍ଠାନ

100

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁନୀତି ମାମଲା ପଚରାଉଚରା ପାଇଁ କେଜରିୱାଲଙ୍କ ଘରେ ପହଂଚିଲା ଇଡି । ଗିରଫଦାରିରୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡିର କାଯ୍ୟାନୁଷ୍ଠାନ । ଇଡିର ସ୍ୱତନ୍ତ୍ର ଟିମ କେଜ୍ରିୱାଲଙ୍କ ଦିଲ୍ଲୀ ସ୍ଥତ ଘରେ ପହଂଚିଛି । ଗୁରୁବାର ହଜାର ହେବାକୁ ନବମ କେଜ୍ରୀୱାଲଙ୍କୁ ନବନ ସମନ ଜାରି କରିଥିଲା ଇଡି । ଗିରଫଦାରିରୁ ସୁରକ୍ଷା ପାଇଁ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଶୁକ୍ରବାର ପକ୍ଷ ରଖିବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବୁଧବାର ଏହି ମାମଲାରେ କାହିଁକି ଇଡିରେ ହାଜର ହେଉନାହାଁନ୍ତି ବୋଲି ଉତର ରଖିବାକୁ କେଜରୀୱାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଦିଲ୍ଲୀ ମଦ ଦୁନୀତି ମାମଲାରେ ଆପ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କୁ ଇଡି ଗିରଫ କରିଥିବା ବେଳେ ସେମାନେ ଏବେ ଜେଲରେ ଅଛନ୍ତି ।