କନକ ବ୍ୟୁରୋ : ଆପ୍ ସାଂସଦ ସଂଜୟ ସିଂଙ୍କ ଘରେ ଇଡି ଚଢ଼ାଉ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ଘରେ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ କରିଥିବା ସୂଚନା ମିଳିଛି । ଏହାପୂର୍ବରୁ ସଂଜୟ ସିଂଙ୍କ ଘନିଷ୍ଠ ସହଯୋଗୀଙ୍କ ଠିକଣାରେ ମଧ୍ୟ ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢ଼ାଉ ହୋଇଥିଲା । ଅବକାରୀ ଦୁର୍ନୀତି ମାମଲାର ଚାର୍ଜସିଟରେ ମଧ୍ୟ ସଂଜୟ ସିଂଙ୍କ ନାଁ ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହି ମାମଲାରେ ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଚଳିତ ବର୍ଷ ଫେବ୍ରୁୟାରୀରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପର ଅନେକ ନେତା ତଦନ୍ତକାରୀ ସଂସ୍ଥାର ରାଡାରରେ ଅଛନ୍ତି । ପୂର୍ବରୁ ମନି ଲଣ୍ଡ୍ରିଂ ମାମଲାରେ ଆପ୍ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଅସୁସ୍ଥତା କାରଣରୁ ସୁପ୍ରିମକୋର୍ଟରୁ ସତ୍ୟେନ୍ଦ୍ର ଅନ୍ତରୀଣ ଜାମିନ ପାଇଛନ୍ତି ।