ED ରାଡାରରେ ଆଉ ଜଣେ ଆପ୍ ନେତା । ବିଧାୟକ ଅମାନତୁଲ୍ଲାହଙ୍କ ଘରେ ରେଡ୍

Advertisment
ED ରାଡାରରେ ଆଉ ଜଣେ ଆପ୍ ନେତା । ବିଧାୟକ ଅମାନତୁଲ୍ଲାହଙ୍କ ଘରେ ରେଡ୍

କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଦିଲ୍ଲୀରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସଭବନରେ ଚଢ଼ାଉ କରିଛି। ଏହି କାର୍ୟ୍ୟାନୁଷ୍ଠାନ ମନି ଲଣ୍ଡରିଂ ପାଇଁ ଚାଲିଥିବା ସୂଚନା ରହିଛି ।

ଦିଲ୍ଲୀ-ଏନସିଆରରେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଅମାନତୁଲ୍ଲା ଖାନଙ୍କ ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି (ଇଡି) ଚଢ଼ାଉ କରିଛି। ଏବେ ଖାନଙ୍କ ସହ ଜଡିତ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି । ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ମଧ୍ୟ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି। ଗତବର୍ଷ ଅମାନତୁଲ୍ଲା ଖାନଙ୍କ ବିରୋଧରେ ହୋଇଥିବା ୱାକଫ୍ ବୋର୍ଡ ଜମି ଦୁର୍ନୀତିକୁ ଆଧାର କରି ଇଡି ଏହି ଚଢ଼ାଉ କରିଛି। ଗତବର୍ଷ ଦୁର୍ନୀତି ନିବାରଣ ବ୍ୟୁରୋ ଦିଲ୍ଲୀର ଅମାନତୁଲ୍ଲାଙ୍କ ସହ ଜଡ଼ିତ ୫ଟି ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ନଗଦ ୧୨ ଲକ୍ଷ ଟଙ୍କା, ଗୋଟିଏ ଲାଇସେନ୍ସ ବିହୀନ ବରେତା ପିସ୍ତଲ ଓ ଦୁଇଟି ଭିନ୍ନ ଭିନ୍ନ ବୋର ଗୁଳି ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe