କନକ ବ୍ୟୁରୋ : ପଂଜାବ ନିର୍ବାଚନ ପାଖେଇ ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ସଂପର୍କୀୟଙ୍କ ଘରେ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ମୁଖ୍ୟମନ୍ତ୍ରୀଙ୍କ ସଂପର୍କୀୟ ଭୂପିନ୍ଦର ସିଂ ଓ ତାଙ୍କ ସହଯୋଗୀ ସନ୍ଦୀପ କୁମାରଙ୍କ ଘରେ ଇଡି ଚଢାଉ କରିଛି । ଉଭୟଙ୍କ ଘରୁ ୬ କୋଟି ଟଙ୍କା ଜବତ କରାଯାଇଛି । ଭୂପିନ୍ଦର ସିଂଙ୍କ ଘରୁ ୪ କୋଟି ଟଙ୍କାର ନଗଦ ଟଙ୍କା ସହ ସଂପତି ଜବତ କରିଛନ୍ତି ପ୍ରବର୍ତନ ନିର୍ଦ୍ଦେଶାଳୟର ଅଧିକାରୀ ।

Advertisment

ସେହିପରି ସନ୍ଦୀପ କୁମାରଙ୍କ ବାସଭବନରୁ ୨ କୋଟି ଟଙ୍କାର ନଗଦ ଓ ଅନ୍ୟାନ୍ୟ ସଂପତି ଠାବ ହୋଇଛି । ବେଆଇନ ବାଲି ଖନନକୁ ନେଇ ଚନ୍ନିଙ୍କ ସଂପର୍କୀୟ ଉପରେ ଇଡି ଚଢାଉ କରିଛି । ପଂଜାବର ୧୦ଟି ସ୍ଥାନରେ ବେଆଇନ ବାଲି ଖନନକୁ ନେଇ ଇଡିର ରେଡ ଚାଲିଛି । ତେବେ ନିର୍ବାଚନ ଆଗରୁ ପଂଜାବ ମୁଖ୍ୟମନ୍ତ୍ରୀଙ୍କ ସଂପର୍କୀୟଙ୍କ ଉପରେ ଚଢାଉ ଘଟଣାକୁ ରାଜନୈତିକ ଆକ୍ରୋଶ ବୋଲି କୁହାଯାଉଛି । କେନ୍ଦ୍ର ସରକାର ପ୍ରତିଶୋଧ ପରାୟଣ ହୋଇ ଏପରି କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ।