କନକ ବ୍ୟୁରୋ: ଗୋଲଡେନ୍ ଲ୍ୟାଣ୍ଡ ଚିଟ୍ଫଣ୍ଡ ଠକେଇ ଘଟଣାରେ ଇଡିର ଚଢାଉ । ରାଜ୍ୟର ୧୫ଟି ସ୍ଥାନରେ ଚଢାଉ କରୁଛି ଇଡି । ଭୁବନେଶ୍ୱର, ବ୍ରହ୍ମପୁର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଇଡି ରେଡ୍ କରୁଛି । ଏହା ସହ ଦିଲ୍ଲୀ ଓ ଚଣ୍ଡିଗଡ଼ର ୫ଟି ସ୍ଥାନରେ ରେଡ୍ କରାଯାଉଛି । ଦିଲ୍ଲୀର ଏହି କମ୍ପାନୀ ବିରୋଧରେ କିଛି ଦିନ ତଳେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ । ଏହା ପରେ ପ୍ରଥମ ଥର ପାଇଁ ଦେଶର ବିଭିନ୍ନ ସ୍ଥାନରେ ଇଡି ଚଢାଉ କରୁଛି ।