କନକ ବ୍ୟୁରୋ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ବିରୋଧରେ ନିକଟରେ ଦାଏର ହୋଇଥିବା ମାମଲାକୁ ନେଇ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢଉ ଆରମ୍ଭ କରିଛି ପ୍ରବର୍ତ୍ତନ ମନ୍ତ୍ରଣାଳୟ । ଆଜି ସକାଳୁ ତାଙ୍କ ଭଉଣୀ ହସିନା ପାରିକରଙ୍କ ମୁମ୍ବାଇ ସ୍ଥିତ ଘରେ ରେଡ ଆରମ୍ଭ କରିଛି ଇଡି । ଅର୍ଥ ଜାଲିଆତି ମାମଲାରେ ଇଡି କରୁଥିବା ଚଢଉ ଘେରରେ ମୁମ୍ବାଇର ଜଣେ ରାଜନେତା ମଧ୍ୟ ସାମିଲ ଥିବା ମଧ୍ୟ ଜଣାପଡିଛି । ତ୍ତଯଦିଓ ଦାଉଦଙ୍କ ଭଉଣୀ ହସିନାଙ୍କର ଦେହାନ୍ତ ହୋଇସାରିଛି ତଥାପି ତାଙ୍କ ବାସଭବନରେ ରେଡ୍ ହୋଇଛି । କେବଳ ହସିନାଙ୍କ ଘରେ ନୁହେଁ ଦାଉଦଙ୍କ ସହ ସମ୍ପର୍କରେ ଥିବା ମସସ୍ତଙ୍କ ଘରେ ଚଢଉ କରିବାର ସୂଚନା ରହିଛି ।
ସୂଚନା ମୁତାବକ, ୧୯୮୦ରେ ଦାଉଦ ଭାରତ ଛାଡି ବିଦେଶରେ ଏକ ବିଶାଳ ବାଣିଜ୍ୟିକ ସାମ୍ରାଜ୍ୟ ସ୍ଥାପନ କରିଛି । ନିକଟରେ ଦାଉଦ ଇବ୍ରାହିମ ଦ୍ୱାରା ନିୟନ୍ତ୍ରିତ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ସଂଗଠିତ ଅପରାଧ ସିଣ୍ଡିକେଟର ଉପସ୍ଥିତି ପଞ୍ଜାବରେ ମିଳିଥିଲା, ଯାହା ପଞ୍ଜାବରେ ଆତଙ୍କ ବିସ୍ତାର କରିବା ନେଇ ସୂଚନା ଦେଇଛି। ଚଳିତ ମାସ ଆରମ୍ଭରେ ସୁରକ୍ଷା ଏଜେନ୍ସିଗୁଡ଼ିକ ୧୯୯୩ ମୁମ୍ବାଇ ସିରିଏଲ୍ ବିସ୍ଫୋରଣର ଅଭିଯୁକ୍ତ ତଥା ଦାଉଦ ଇବ୍ରାହିମ୍ ର ଘନିଷ୍ଠ ସହଯୋଗୀ ଅବୁ ବକରଙ୍କୁ ଗିରଫ କରିଥିଲେ। ୨୯ ବର୍ଷର ସନ୍ଧାନ ପରେ ସେ ୟୁଏଇରେ ଧରାପଡିଥିଲା।
ଦାଉଦ ଇବ୍ରାହିମ ହେଉଛନ୍ତି ମୁମ୍ବାଇ ପୋଲିସରେ ଥିବା ଜଣେ ପୋଲିସ କନଷ୍ଟେବଳଙ୍କ ପୁଅ। ସେ ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ଗ୍ୟାଙ୍ଗ ଯୁଦ୍ଧ ସହିତ ତାଙ୍କର ଅପରାଧିକ କ୍ୟାରିୟର ଆରମ୍ଭ କରିଥିଲେ। ଡୋଙ୍ଗରୀରେ, ସେ ହାଜି ମସ୍ତାନର ଗ୍ୟାଙ୍ଗ ସଦସ୍ୟଙ୍କ ସହ ଯୋଗାଯୋଗରେ ଆସିଥିଲେ ଏବଂ ତାଙ୍କର ଗ୍ୟାଙ୍ଗ ଯୁଦ୍ଧ ଆରମ୍ଭ ହୋଇଥିଲା । ୧୯୮୦ ଦଶକରେ, ତାଙ୍କୁ ପ୍ରଥମେ ଡକାୟତି ମାମଲାରେ ଗିରଫ କରାଯାଇଥିଲା ଏବଂ ପରେ ତାଙ୍କର ଅପରାଧିକ ରେକର୍ଡ ବୃଦ୍ଧି ପାଇଥିଲା । ହାଜି ଏବଂ ପଠାନ ଗ୍ୟାଙ୍ଗ ମଧ୍ୟରେ ଯୁଦ୍ଧ ଦାଉଦକୁ ଅଧିକ ଶକ୍ତିଶାଳୀ କରିଦେଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/21-18.jpg)