ରାଉରକେଲାରେ ଇଡି ଚଢ଼ାଉ । ବ୍ୟବସାୟୀ ଅଜୟ କଦମୱାଲାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଏକକାଳୀନ ରେଡ଼ ।

228

କନକ ବ୍ୟୁରୋ: ରାଉରକେଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ାଉ । ବ୍ୟବସାୟୀ ଅଜୟ କଦମୱାଲାଙ୍କ ଘରେ ଚଢ଼ାଉ କରିଛି ଇଡି । ଏହାଛଡ଼ା କଚେରି ରୋଡରେ ଥିବା କଦମା ଆଣ୍ଡ କୋ’ର ୩ଟି କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଚାଲିଛି । ଭୁବନେଶ୍ୱରରୁ ଦୁଇଟି ଟିମ୍ ରାଉରକେଲାରେ ପହଞ୍ଚି କମ୍ପାନିର ବିଭିନ୍ନ କାଗଜପତ୍ର ଯାଂଚ କରୁଛନ୍ତି । ଦୁଇଟି ଟିମରେ ୮ ଜଣ ଅଧିକାରୀ ଏକସଙ୍ଗେ ରେଡ୍ କରୁଛନ୍ତି । ଦୀର୍ଘ ଦିନରୁ ରାଉରକେଲା କଚେରି ରୋଡରେ କମ୍ପାନିର କାର୍ଯ୍ୟାଳୟ ଥିବା ବେଳେ ଏହା ମାଇନ୍ସ କାରବାର ସହ ଜଡ଼ିତ ଥିବା ଜଣାପଡ଼ିଛି । ଠକେଇ ନେଇ ଅଭିଯୋଗ ହେବା ପରେ ଇଡି ପକ୍ଷରୁ ଚଢ଼ଉ କରାଯାଇଥିବା ସୂଚନା ମିଳିଛି ।