କନକ ବ୍ୟୁରୋ: ବେଆଇନ ଲୁହା ଖଣିରେ ଇଡି ଚଢ଼ାଉ । କେନ୍ଦୁଝର ଯୋଡ଼ାରେ ବେଆଇନ ଲୁହା ଖଣି ଖନନ ମାମଲାରେ ଏହି ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୪ଟି ସହରର ୧୨ଟି ଜାଗାରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର, ରାଉରକେଲା, ବଡ଼ବିଲ ଓ କୋଲକାତାରେ ଏକକାଳୀନ ଏହି ରେଡ୍ ହୋଇଛି ।

ଦୀପକ ଷ୍ଟିଲ ଓ ସ୍ନେହପୁରୁଷ ମାର୍କେଟିଂ ସଂସ୍ଥାରେ ଚଢ଼ାଉ ହୋଇଛି । ଚଢ଼ାଉ ବେଳେ ୧ କୋଟି ୨୪ ଲକ୍ଷ ଟଙ୍କାର ସୁନା ସହ ୩୦ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି । ଏହାସହ ଦାମୀ କାର ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ । ୧ କୋଟି ୨୩ ଲକ୍ଷ ଟଙ୍କା ଥିବା ୬ଟି ବ୍ୟାଙ୍କ ଜମା ଫ୍ରିଜ୍ କରିବାକୁ ନିର୍ଦ୍ଦେଶ ଦେଇଛି ତଦନ୍ତକାରୀ ସଂସ୍ଥା ।