କନକ ବ୍ୟୁରୋ: ଭୋଟ ଆସିଲା ରାଜ୍ୟରେ ଚିଟଫଣ୍ଡ ତଦନ୍ତ ଫେରିଲା । ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା ଉପରେ ଇଡି ଛାଟ ବାଜିଛି । ପ୍ରାୟ ୧ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ୯୦୦ କୋଟିର ଠକେଇ କରିଥିବା ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ନାମକ ଚିଟଫଣ୍ଡ ସଂସ୍ଥାର ବିଭିନ୍ନ ଶାଖାରେ ଚଢ଼ାଉ କରାଯାଇଛି ।

Advertisment

ଭୁବନେଶ୍ୱର, ଛତ୍ରପୁର, ଦିଗପହଣ୍ଡି ସମେତ ୨୦ଟି ସ୍ଥାନରେ ଚଢ଼ାଉ କରିଛନ୍ତି ବେଙ୍ଗାଲୁରର ଇଡି ଟିମ୍ । କିଛି ଟିମ୍ ଫେରି ଯାଇଥିବା ବେଳେ ଆଉ କିଛି ଟିମ୍ ରାଜ୍ୟରେ ରହି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି । ସଂସ୍ଥାର ନିର୍ଦ୍ଦେଶକ, ମ୍ୟାନେଜର ସମେତ କିଛି କର୍ମକର୍ତାଙ୍କ ଘରେ ବି ଚଢ଼ାଉ କରିଛନ୍ତି ତଦନ୍ତକାରୀ ଦଳ । ଲୋଭନୀୟ ସ୍କିମ୍ର ଅଫର୍ ଦେଖାଇ ଲୋକଙ୍କୁ ଟଙ୍କା ଠକେଇ କରିଛି ଏହି ଚିଟଫଣ୍ଡ ସଂସ୍ଥା । ଓଡ଼ିଶାରେ ୪ ଲକ୍ଷରୁ ଅଧିକ ଆବେଦନକାରୀ ଟଙ୍କା ଫେରି ପାଇବା ପାଇଁ ଆବେଦନ କରିଥିଲେ । ଏହି ଚିଟଫଣ୍ଡ ସଂସ୍ଥା ଉପରେ କ୍ରାଇମବ୍ରାଞ୍ଚଚଢ଼ାଉ କରିଥିଲା । ୨୦୧୬ରେ କ୍ରାଇମବ୍ରାଞ୍ଚ ଏହି ଚିଟଫଣ୍ଡ ସଂସ୍ଥାର କିଛି ସଂପତ୍ତିି ଜବତ କରିବା ସହ ଜମିଗୁଡ଼ିକ ନିଲାମ କରାଯାଇଥିଲା ।