କନକ ବ୍ୟୁରୋ : ନିର୍ବାଚନର ଠିକ ପୂର୍ବରୁ ଇଡି ସ୍କାନରରେ ପ୍ରଭାବଶାଳୀ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ବରପଦା ଇଞ୍ଜିନିୟରଂ କଲେଜରେ ୨୦ କୋଟିରୁ ଅଧିକ ଟଙ୍କାର ହେରଫେର ଘଟଣାରେ ଭଦ୍ରକର ୬ ଓ ଭୁବନେଶ୍ୱରର ୪ଟି ଏଭଳି ୧୦ଟି ସ୍ଥାନରେ ଏକକାଳୀନ ଚଢାଉ କରିଛନ୍ତି ପ୍ରବର୍ତନ ନିର୍ଦ୍ଦେଶାଳୟର ଟିମ ୍ା ଭଦ୍ରକ ନୂଆବଜାର ସ୍ଥିତି ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ୫ଜଣିଆ ଟିମ ପହଂଚି କାଗଜପତ୍ର ଯାଂଚ କରିଛନ୍ତି । କେନ୍ଦ୍ରୀୟ ସୁରକ୍ଷାକର୍ମୀମାନେ ପ୍ରଫୁଲ୍ଲ ସାମଲଙ୍କ ଘରେ ଜଗିରହିଥିବାରୁ ଭିତରକୁ କାହାରିକୁ ପ୍ରବେଶ ଅନୁମତି ଦିଆଯାଉନାହିଁ ।

Advertisment

ଦୀର୍ଘବର୍ଷ ତଳେ ବରପଦା ଇଂଜିନିୟରିଂ କଲେଜରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଏଥିରେ ପ୍ରଫୁଲ୍ଲଙ୍କ ପୁଅ ସାମିଲ ଥିଲେ ବୋଲି ଅଭିଯୋଗ ଆସିଥିଲା । ଏହି ଲିଙ୍କ ନେଇ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ଚଢାଉ ହୋଇଥିବା କୁହାଯାଉଛି ।

ଅଭିଯୋଗ ଅନୁସାରେ,
-ପ୍ରଫୁ୍ଲ୍ଲଙ୍କ ପୁଅ ଓ ବୋହୂ କଲେଜର ଚେୟାରମ୍ୟାନ ଥିବାବେଳେ କଲେଜ ଜମିକୁ ସେଲଡିଡି ଜରିଆରେ ବିକିଦେଇଥିଲେ
-ଦାମୀ କାର ବି କିଣିଥିଲେ
-କର୍ମଚାରୀଙ୍କୁ ୧୭ ମାସର ଦରମା ମିିଳିନାହିଁ
-ଇପିଏଫର କୋଟି କୋଟି ଟଙ୍କା ହେରଫେର ଅଭିଯୋଗ ହୋଇଛି
ଆର୍ଥିକ ଅନିୟମିତତା ନେଇ ଭଦ୍ରକ ବରପଦା ଇଂଜିନିୟର କଲେଜରେ କର୍ମଚାରୀ ଦୀର୍ଘଦିନ ହେଲା ଆନ୍ଦୋଳନ କରୁଛନ୍ତି । ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିବାବେଳେ ରାଜ୍ୟପାଳଙ୍କୁ ବି ଏ ନେଇ ଦାବିପତ୍ର ଦିଆଯାଇଥିଲ।।
ରେଡ ହୋଇଥିବା ସ୍ଥାନ ମଧ୍ୟରେ ପ୍ରଫୁଲ୍ଲ ସାମଲଙ୍କ ଦୁଇଟି ଘର, ବରପଦା କଲେଜ ଓ କିଛି ମୁଖ୍ୟ କର୍ମଚାରୀଙ୍କ ଘର ଅଛି ।