କଳାଟଙ୍କା କାରବାରର ସନ୍ଦେହ : ଓଡିଶାର ପ୍ରତିଷ୍ଠିତ ଜୁଏଲର୍ସ ଦୋକାନମାନଙ୍କରେ ଆୟକର ବିଭାଗର ଚଢଉ

କଳାଟଙ୍କା କାରବାରର ସନ୍ଦେହ : ଓଡିଶାର ପ୍ରତିଷ୍ଠିତ ଜୁଏଲର୍ସ ଦୋକାନମାନଙ୍କରେ ଆୟକର ବିଭାଗର ଚଢଉ

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଗହଣା ଦୋକାନ ଉପରେ ଚଢାଉ । ଭୁବନେଶ୍ୱର ଓ ରାଉରକେଲାରେ ଥିବା କେତେକ ଜୁଏଲାରୀ ସପରେ ଚଢାଉ କରିଛି ଆୟକର ବିଭାଗ । କେନ୍ଦ୍ର ସରକାର ୫୦୦ ଓ ହଜାରେ ଟଙ୍କିଆ ନୋଟ ଅଚଳ କରିଦେଇଥିବାରୁ କଳାଧନ କାରବାର ଉପରେ ନଜର ରଖାଯାଇଛି ।

କଳାଧନରେ ସୁନା ଗହଣା ଖରିଦ କରାଯାଉଥିବା ସନ୍ଦହରେ ଏହି ଚଢାଉ ହୋଇଛି । ସେହିପରି ବିଦେଶୀ ମୁଦ୍ରା ବିନିମୟ ସଂସ୍ଥା ଉପରେ ମଧ୍ୟ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

ରାଜଧାନୀର ମୋଟ ୬ଟି ସ୍ଥାନରେ ଇଡି ଚଢାଉ କରିଥିବା ସୂଚନା ମିଳିଛି । ଅଚଳ ଟଙ୍କା ବିଦେଶୀ ମୁଦ୍ରାରେ ପରିବର୍ତନ କରାଯାଉଥିବା ସନ୍ଦହରେ ଏହି ରେଡ କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ –

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe