କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ଗହଣା ଦୋକାନ ଉପରେ ଚଢାଉ । ଭୁବନେଶ୍ୱର ଓ ରାଉରକେଲାରେ ଥିବା କେତେକ ଜୁଏଲାରୀ ସପରେ ଚଢାଉ କରିଛି ଆୟକର ବିଭାଗ । କେନ୍ଦ୍ର ସରକାର ୫୦୦ ଓ ହଜାରେ ଟଙ୍କିଆ ନୋଟ ଅଚଳ କରିଦେଇଥିବାରୁ କଳାଧନ କାରବାର ଉପରେ ନଜର ରଖାଯାଇଛି ।
କଳାଧନରେ ସୁନା ଗହଣା ଖରିଦ କରାଯାଉଥିବା ସନ୍ଦହରେ ଏହି ଚଢାଉ ହୋଇଛି । ସେହିପରି ବିଦେଶୀ ମୁଦ୍ରା ବିନିମୟ ସଂସ୍ଥା ଉପରେ ମଧ୍ୟ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।
ରାଜଧାନୀର ମୋଟ ୬ଟି ସ୍ଥାନରେ ଇଡି ଚଢାଉ କରିଥିବା ସୂଚନା ମିଳିଛି । ଅଚଳ ଟଙ୍କା ବିଦେଶୀ ମୁଦ୍ରାରେ ପରିବର୍ତନ କରାଯାଉଥିବା ସନ୍ଦହରେ ଏହି ରେଡ କରାଯାଇଛି ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/Screen-shot-2016-11-11-at-8.14.14-PM.png)