ଚିଟଫଣ୍ଡ ଦୁର୍ନୀତିର ଖୋଲୁଛି ଗୁମର । ଠକେଇ ସଂସ୍ଥାର ଅଫିସ ସିଲ୍, ଭାଙ୍ଗିଗଲାଣି ଝରକା କବାଟ । ଏଣେତେଣେ ପଡ଼ି ଖତ ଖାଉଛି ଜମାକାରୀଙ୍କ ଜମା ଖାତା ।

203

କନକ ବ୍ୟୁରୋ: ଭୋଟ ଆସିଲା ରାଜ୍ୟରେ ଚିଟ୍ଫଣ୍ଡ ତଦନ୍ତ ଫେରିଲା । ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା ଉପରେ ଇଡି ଛାଟ ବାଜିଛି । ୯୦୦ କୋଟିର ଠକେଇ କରିଥିବା ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଚିଟଫଣ୍ଡ ସଂସ୍ଥାର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ବ୍ରହ୍ମପୁରରେ ରହିଛି । ସଂସ୍ଥାର ନିଜସ୍ୱ କୋଠାଟି ବନ୍ଦ ରହିଛି । ୨୦୧୩ ମସିହାରୁ ସଂପୃକ୍ତ ଅଫିସ ସିଲ୍ କରାଯାଇଛି । ସିଲ୍ ଅଫିସରେ ଥିବା ଜମାକାରୀଙ୍କ ଜମା ଖାତା ଓ ସମସ୍ତ କାଗଜପତ୍ର ସବୁ ଖତ ଖାଇ ଗଲାଣି । ଝରକା କବାଟ ଭାଙ୍ଗିରୁଜି ଗଲାଣି । ଅଫିସର ଏଭଳି ସ୍ଥିତି ଦେଖି ଜମାକାରୀଙ୍କ ଟଙ୍କା ଫେରିପାଇବା ଆଶା ମଉଳି ଯାଉଛି ।