କଂଗ୍ରେସ ଶାସିତ ରାଜ୍ୟରେ ପୁଣି ଇଡିର ମାରାଥନ ଚଢାଉ: ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନିକଟତର ସର୍ମ୍ପକୀୟଙ୍କ ସହ ବଡ ବଡ ଅଧିକାରୀଙ୍କ ଘରେ ଇଡିର ଛାନଭିନ

କଂଗ୍ରେସ ଶାସିତ ରାଜ୍ୟରେ ପୁଣି ଇଡିର ମାରାଥନ ଚଢାଉ: ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନିକଟତର ସର୍ମ୍ପକୀୟଙ୍କ ସହ ବଡ ବଡ ଅଧିକାରୀଙ୍କ ଘରେ ଇଡିର ଛାନଭିନ

କନକ ବ୍ୟୁରୋ: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ସିଂ ବଘେଲଙ୍କ କିଛି ସହଯୋଗୀଙ୍କ ଘର ଉପରେ ମଙ୍ଗଳବାର ମାରାଥନ ଚଢାଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହି ରେଡରେ ରାଜ୍ୟ ସରକାରଙ୍କ କିଛି ଅଧିକାରୀଙ୍କ ଅଫିସ ଓ କାର୍ଯ୍ୟାଳୟ ରହିଛି । ଦୁର୍ଗ, ରାଏପୁର,ରାୟଗଡ, ମହାସମୁନ୍ଦ ସହିତ ଅନେକ ସ୍ଥାନରେ ଚଢାଉ କରିଛି ଇଡି । ସକାଳ ୫ଟାରୁ ଏହି ଚଢାଉ କରୁଛି ଇଡି ।କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଓଏଚଡିଙ୍କ ଘରେ ଇଡି ଓ ଆଇଟିର ଜୋରଦାର ଚଢାଉ ହୋଇଛି ।ଇଡିର ଚଢାଉକୁ ନେଇ ମୁଖ୍ୟମନ୍ତ୍ରୀ ବଘେଲଙ୍କ ବୟାନ ସାମ୍ନାକୁ ଆସିଛି । ନିର୍ବାଚନ ପାଖେଇ ଆସୁଥିବାରୁ ତଦନ୍ତକାରୀ ସଂସ୍ଥାଙ୍କୁ ଲଗାଇ ବିଜେପି ସରକାର ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ଆଗକୁ ଏଭଳି ଚଢାଉ ବୃଦ୍ଧି ପାଇବ ବୋଲି ସେ ଆଶଙ୍କ ପ୍ରକାଶ କରିଛନ୍ତିି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe