ପୂଜା ସିଙ୍ଘଲ ମାମଲାରେ ଇଡିର ତଦନ୍ତ ଜୋରଦାର । ଜେଏମଏମର ପୂର୍ବତନ କୋଷାଧ୍ୟକ୍ଷଙ୍କୁ ପଚରାଉଚରା । 

78

କନକ ବ୍ୟୁରୋ : ଗିରଫ ଆଇଏଏସ ପୂଜା ସିଙ୍ଘଲ ମାମଲାରେ ଇଡି ଯାଞ୍ଚ ଜୋରଦାର କରିଛି । ଏ ମାମଲାରେ ବର୍ତ୍ତମାନ ଜେଏମଏମର ପୂର୍ବତନ କୋଷାଧ୍ୟକ୍ଷ ରବି କେଜ୍ରିୱାଲଙ୍କୁ ପଚରାଉଚରା କରୁଛି । ରାଜନୈତିକ ଲିଙ୍କ ଥିବା ସନେ୍ଧହ କରି ଇଡି ବର୍ତ୍ତମାନ ଏହି ପ୍ରକ୍ରିୟାକୁ ଶାଣିତ କରିଛି । ରାଞ୍ଚିରେ ଥିବା ଇଡିର ଜୋନାଲ ଅଫିସରେ ରବିଙ୍କୁ ପଚରାଉଚରା କରାଯାଇଛି ।

ସୂଚନା ଅନୁଯାୟୀ ପୂଜା ସିଙ୍ଘଲ, ଅଭିଶେକ ଝାଙ୍କ ପାଖରୁ ମିଳିଥିବା ତଥ୍ୟ ଆଧାରରେ ବିଭିନ୍ନ କମ୍ପାନୀକୁ ନେଇ ପଚରାଉଚରା କରାଯାଉଛି । ସିଏ ସୁମନ କୁମାର ଏବଂ ପୂଜାଙ୍କର ରିମାଣ୍ଡ ଅବଧି ସୋମବାର ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ତଦନ୍ତର ଗତିକୁ ବଢାଯାଇଛି ।

ମନରେଗା ଘୋଟାଲାରେ ଆରମ୍ଭ ହୋଇଥିବା ଯାଞ୍ଚପରେ ଇଡି ତଦନ୍ତରେ ପଲ୍ସ ଡାକ୍ତରଖାନା, ଡାଇଗ୍ନୋସ ସେଣ୍ଟରର ଜମିକିଣାରେ ହୋଇଥିବା ଘୋଟାଲାରେ ପଚରା ଉଚରା କରୁଛି । ଭୁଲ ଭାବେ ନିଆଯାଇଥିବା ଲୋନକୁ ନେଇ ଇଡି ତାର ପଚରାଉଚରା କରୁଛି । ଏହା ଭିତରେ ଖନନ କାରବାରର କଥା ମଧ୍ୟ ସାମ୍ନାକୁ ଆସିଛି । ୩ ଜିଲ୍ଲାର ଖନନ ଅଧିକାରୀଙ୍କୁ ମଧ୍ୟ ଇଡି ପଚରାଉଚାର ଆରମ୍ଭ କରିଛି ।

ପୂଜା ସିଙ୍ଘଲଙ୍କ ହ୍ୱାଟସଆପ୍ ଚାଟରୁ ମଧ୍ୟ ଅନେକ ତଥ୍ୟ ହାସଲ କରିଛି ଇଡି । ଏହି ଚାଟରୁ ହିଁ ଅନେକ ଲୋକଙ୍କ ନାଁ ସାମ୍ନାକୁ ଆସିଛି । ତେବେ ଶୀଘ୍ର ଯାଞ୍ଚ ପ୍ରକ୍ରିୟାରେ ସେ ସମସ୍ତଙ୍କ ପାଖରେ ଇଡି ପହଞ୍ଚିବ ବୋଲି କହିଛି ।