କନକ ବ୍ୟୁରୋ : ବିବାଦୀୟ ମହାଦେବ ବେଟିଂ ଆପ ମାମଲାରେ ଛନ୍ଦି ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ନିର୍ବାଚନ ପାଖେଇ ଆସୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲାଗିଛି ସଂଗୀନ ଅଭିଯୋଗ । ମହାଦେବ ବେଟିଂ ଆପଠୁ ବଘେଲ ମୋଟା ଅଙ୍କର ଅର୍ଥ ନେଇଥିବା ଦାବି କରିଛି ଇଡି । ଏନେଇ ଗୁରୁବାରଠୁ ଆରମ୍ଭ ହୋଇଛି ତନାଘନା ।

Advertisment

-ମହାଦେବ ବେଟିଂ ଆପ୍ ଦୁର୍ନୀତି ସହ ଜଡ଼ିତ ଗୋଟିଏ କୋରିୟର ଏଜେନ୍ସି ଉପରେ ରେଡ୍ କରିଛି ଇଡି
-କୋରିୟର ସଂସ୍ଥା ସହ ଜଡ଼ିତ ଥିବା ଅସୀମ ଦାସଙ୍କୁ ଜେରା ବେଳେ ସାଂଘାତିକ ତଥ୍ୟ ମିଳିଛି
-ୟୁଏଇରେ ରହୁଥିବା ମହାଦେବ ବେଟିଂ ଆପର ପ୍ରମୋଟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ୫୦୮ କୋଟି ଟଙ୍କା ଦେଇଥିବା ଅସୀମ ଖୁଲ୍ଲାସା କରିଛନ୍ତି
-ଜେରା ବେଳେ ଜବତ ଟଙ୍କା ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ ରଖିଥିଲେ ବୋଲି ସେ କହିଥିଲେ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସାମ୍ବାଦିକ ସମ୍ମିଳନୀ କରି ବଘେଲଙ୍କ ଉପରେ ସଂଗୀନ ଅଭିଯୋଗ କରିଛନ୍ତି । ସତାରେ ରହି ବଘେଲ ସଟ୍ଟା ଖେଳୁଥିବା କହିଛନ୍ତି ସ୍ମୃତି ଇରାନୀ । ପ୍ରମାଣ ଆଧାରରେ ଅଭିଯୋଗ କରିଛି ପ୍ରବର୍ତନ ନିର୍ଦ୍ଦେଶାଳାଳୟ । ସେପଟେ ଛତିଶଗଡ ଜନସଭାରେ ବଘେଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଘଟଣାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ନିର୍ବାଚନ ପରାଜୟ ଭୟରେ ବିଜେପି ସରକାରଙ୍କ ଇଙ୍ଗିତରେ ଏସବୁ ହେଉଛି । ରାଜନୈତିକ ପ୍ରତିଶୋଧ ନେଉଛି ବିଜେପି । ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରାଯାଉଛି । ସେପଟେ ଇଡିର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ।

ଗୁରୁବାର ମହାଦେବ ବେଟିଂ ଆପ୍ର ପ୍ରମୋଟରଙ୍କ ଠାରୁ ଭୂପେଶ ବଘେଲ ୫୦୮ କୋଟି ଟଙ୍କା ପାଇଥିବା ଦାବି କରିଛି ଇଡି । ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ଇଡି ସ୍କାନରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଏବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଇଡିର ଜାଲରେ ପଡ଼ିଛନ୍ତି ।